STORYMIRROR

narayana barik

Romance

3  

narayana barik

Romance

ବିଳାପ

ବିଳାପ

1 min
207


ଚାହିଁ ରହିଥାଏ ପ୍ରିୟା ସହ ମୋର

କଥା ପଦେ ହେବା ପାଇଁ

ହୃଦୟ ଭିତରେ କେତେ ଯେ ଆକାଂକ୍ଷା

ପାରେ ନାହିଁ ତାକୁ ଛୁଇଁ॥


ଅଳସି ନାୟିକା ମୋ ପ୍ରିୟ ବାନ୍ଧବୀ

ଆସଇ ମୋ ପାଖେ ହସି

ପ୍ରେମ ପ୍ରତିଦାନେ ପ୍ରତାରଣା ଦେଇ

ଯାଏ ସେ ମୋ ପାଖୁ ଖସି॥


ଇଛ୍ଛା ମୋର ଥାଏ, ତା ଚନ୍ଦ୍ର ବଦନେ

ଆଙ୍କିଦ୍ୟନ୍ତି ଛାୟା ଚିତ୍ର

ବାହୁ ବନ୍ଧନରେ ଛନ୍ଧି ଦେଇ ତାକୁ

ଧରନ୍ତି ଜୀବନ ସୂତ୍ର॥


ମୋ ସଂପର୍କ ମୋତେ ଲାଗଇ ବିଚିତ୍ର

ଆଖିରେ ଝରେ ମୋ ଲୁହ

କେମିତିକା ମତେ ବାହା ହେଇଗଲା

ତା, ପସନ୍ଦ ଅଟେ କି ନୁହଁ ॥


ଇଛ୍ଛା ଯଦି ଥିଲେ କଥା ହୁଅନ୍ତା ସେ

ହଜାଇ ଆଖିରୁ ନିଦ

ଅତୀତ ତା ସ୍ବାଦ ମୋ ପାଇଁ ତା ଖେଦ

ଦେଖେ ସେ ମୋ ଠାରେ ଭେଦ॥

                        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance