STORYMIRROR

narayana barik

Romance

4  

narayana barik

Romance

ତୁମେ ଆସିଗଲା ପରେ

ତୁମେ ଆସିଗଲା ପରେ

1 min
193


ନିସଙ୍ଗ ଜୀବନ ବିରସ ବଦନ

ହୃଦେ ଦୁଖ ଅନୁତାପ

ବିଦାରିତ କରି କହୁଥିଲା ମୋତେ

ଜୀବନ ତୋ ଅଭିଶପ୍ତ ॥


ସଂସାରେ ବଞ୍ଚିବା ଲାଗୁଥିଲା ବିଷ

ଲିଭିଥିଲା ହସ ଦୀପ

ମଣିଷ ପଣିଆ ହଜିଯାଇ ଥିଲା

ମନ ଛୁଉଁଥିଲା ପାପ ॥


ମନ ଝରାବଣେ ଉଦ୍ଧତ ମୟୁରୀ

ଭୁଲିଥିଲା ନୃତ୍ୟସୁର

ଜୀବନକୁ ଆସି ଭରି ଦେଲ ତୁମେ 

ଜୀବନର ସାତସୁର ॥


ମୁରଝା ଏ ମନ ପୁଲକିତ ହେଲା

ତୁମେ ଆସି ଗଲା ପରେ

ହୃଦୟଟା ମୋର ନାଚି ଉଠୁଥିଲା

ଆଲଙ୍ଗିଲ ଯେବେ କରେ ॥


ସେ ଦିନୁ ଗୋ ସାଥୀ ତୁମ ପ୍ରତିଛବି

ହୃଦୟେ ସାଇତି ଅଛି

ମରିଗଲେ ତାହା ମୋ ସାଙ୍ଗେ ଜଳିବ

ଲୋଡା ନାହିଁ ଆଉ କିଛି ॥


ବାହୁ ବନ୍ଧନରେ ଛନ୍ଦି ରଖିଥିବ

ଛାଡି ବନି ମୋର ହାତ

ଜୀବନ ସଲିତା ତୁମ ହାତେ ଲେଖା

ଆଗୋ ମୋ ପରାଣ ମିତ ॥

 

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance