ତୁମେ ଆସିଗଲା ପରେ
ତୁମେ ଆସିଗଲା ପରେ
ନିସଙ୍ଗ ଜୀବନ ବିରସ ବଦନ
ହୃଦେ ଦୁଖ ଅନୁତାପ
ବିଦାରିତ କରି କହୁଥିଲା ମୋତେ
ଜୀବନ ତୋ ଅଭିଶପ୍ତ ॥
ସଂସାରେ ବଞ୍ଚିବା ଲାଗୁଥିଲା ବିଷ
ଲିଭିଥିଲା ହସ ଦୀପ
ମଣିଷ ପଣିଆ ହଜିଯାଇ ଥିଲା
ମନ ଛୁଉଁଥିଲା ପାପ ॥
ମନ ଝରାବଣେ ଉଦ୍ଧତ ମୟୁରୀ
ଭୁଲିଥିଲା ନୃତ୍ୟସୁର
ଜୀବନକୁ ଆସି ଭରି ଦେଲ ତୁମେ
ଜୀବନର ସାତସୁର ॥
ମୁରଝା ଏ ମନ ପୁଲକିତ ହେଲା
ତୁମେ ଆସି ଗଲା ପରେ
ହୃଦୟଟା ମୋର ନାଚି ଉଠୁଥିଲା
ଆଲଙ୍ଗିଲ ଯେବେ କରେ ॥
ସେ ଦିନୁ ଗୋ ସାଥୀ ତୁମ ପ୍ରତିଛବି
ହୃଦୟେ ସାଇତି ଅଛି
ମରିଗଲେ ତାହା ମୋ ସାଙ୍ଗେ ଜଳିବ
ଲୋଡା ନାହିଁ ଆଉ କିଛି ॥
ବାହୁ ବନ୍ଧନରେ ଛନ୍ଦି ରଖିଥିବ
ଛାଡି ବନି ମୋର ହାତ
ଜୀବନ ସଲିତା ତୁମ ହାତେ ଲେଖା
ଆଗୋ ମୋ ପରାଣ ମିତ ॥

