ପ୍ରିୟତମା
ପ୍ରିୟତମା
ଅଭିମାନୀ ତମ ହୃଦୟର ଭାଷା
ଆଙ୍କେ ମନେ ଛାୟା ଚିତ୍ର
ଇଚ୍ଛା ଅନିଚ୍ଛା ଓ ଗୁଣ ଅବଗୁଣ
ଈଶ୍ୱର ଗଢେ ବିଚିତ୍ର ॥
ଉନ୍ମୋଚିତ ହୁଏ ମାନସ ପଟରେ
ଊଣାଅଧିକ ସେ ସ୍ମୃତି
ଋତୁରାଣୀ ତମ ପ୍ରେମର ସଳିତା
ଏ ହୃଦେ ଜଳୁଛି ନିତି ॥
ଐରି ନୁହ କି ବଇରି ବି ତ ନୁହ
ଓଷା କର ମୋ ପାଇଁ
ଔଷଧି ବି ହୁଅ ବେଳେ ବେଳେ ତୁମେ
କଷ୍ଟ ବି ତ ଯାଅ ଦେଇ ॥
ଖତେଇ ହୋଇକି ବେଳେ ବେଳେ ତୁମେ
ଗତ ଆଗତ କଥା କୁହ
ଘନୀଭୂତ ତୁମ ଆଖିଲୁହଧାରେ
ଚମକ ହଜାଏ ମୁହଁ ॥
ଛଟପଟ ମନ ତୁମ ରୂପ ଦେଖି
ଜଳି ଉଠେ ବାରମ୍ବାର
ଝରି ଯାଏ ମୋର ବେନି ନୟନରୁ
ଟପ୍ ଟପ୍ ଅଶ୍ରୁଧାର ॥
ଠାର ଠୁର ହୋଇ ପୁଣି ହସି ଦିଅ
ଡହକ ବିକଳ ମନେ
ଢିମା ଆଖିଆ ମୁଁ ଚାହିଁ ରହିଥାଏ
ତଟକା ହୋଇକି କୋଣେ ॥
ଥରଥର ଛାତି କମ୍ପେ ବାରବାର
ଦଗ୍ଧ ହୁଏ ଏ ଅନ୍ତର
ଧର୍ମେ ଅବତାରି ନାରୀ ତ ବାମାଙ୍ଗୀ
ନ କର ବାଛ ବିଚ

