Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

narayana barik

Romance

3  

narayana barik

Romance

ପ୍ରିୟତମା

ପ୍ରିୟତମା

1 min
235



ଅଭିମାନୀ ତମ ହୃଦୟର ଭାଷା

ଆଙ୍କେ ମନେ ଛାୟା ଚିତ୍ର

ଇଚ୍ଛା ଅନିଚ୍ଛା ଓ ଗୁଣ ଅବଗୁଣ

ଈଶ୍ୱର ଗଢେ ବିଚିତ୍ର ॥


ଉନ୍ମୋଚିତ ହୁଏ ମାନସ ପଟରେ

ଊଣାଅଧିକ ସେ ସ୍ମୃତି

ଋତୁରାଣୀ ତମ ପ୍ରେମର ସଳିତା

ଏ ହୃଦେ ଜଳୁଛି ନିତି ॥


ଐରି ନୁହ କି ବଇରି ବି ତ ନୁହ

ଓଷା କର ମୋ ପାଇଁ

ଔଷଧି ବି ହୁଅ ବେଳେ ବେଳେ ତୁମେ

କଷ୍ଟ ବି ତ ଯାଅ ଦେଇ ॥


ଖତେଇ ହୋଇକି ବେଳେ ବେଳେ ତୁମେ

ଗତ ଆଗତ କଥା କୁହ

ଘନୀଭୂତ ତୁମ ଆଖିଲୁହଧାରେ

ଚମକ ହଜାଏ ମୁହଁ ॥


ଛଟପଟ ମନ ତୁମ ରୂପ ଦେଖି

ଜଳି ଉଠେ ବାରମ୍ବାର

ଝରି ଯାଏ ମୋର ବେନି ନୟନରୁ

ଟପ୍ ଟପ୍ ଅଶ୍ରୁଧାର ॥


ଠାର ଠୁର ହୋଇ ପୁଣି ହସି ଦିଅ

ଡହକ ବିକଳ ମନେ

ଢିମା ଆଖିଆ ମୁଁ ଚାହିଁ ରହିଥାଏ

ତଟକା ହୋଇକି କୋଣେ ॥


ଥରଥର ଛାତି କମ୍ପେ ବାରବାର

ଦଗ୍ଧ ହୁଏ ଏ ଅନ୍ତର

ଧର୍ମେ ଅବତାରି ନାରୀ ତ ବାମାଙ୍ଗୀ

ନ କର ବାଛ ବିଚ


Rate this content
Log in

Similar oriya poem from Romance