STORYMIRROR

Mrs. SASMITA DAS

Tragedy

3  

Mrs. SASMITA DAS

Tragedy

ବିକୃତ ପରିଧି

ବିକୃତ ପରିଧି

1 min
176

କେବେ ନିତ୍ଯ ଯାତାୟତ ପଥରେ

     ଇତଃସ୍ତତ ଗତି ରେ ହେଉ

ଅବା, ପାଦଚଲା ରାସ୍ତା କଡ଼ରେ 

   ଦୃ୍ଷ୍ଟି ନିକ୍ଷେପ କରିଛ?

     ବିକୃତ ମାନସିକ ବ୍ଯକ୍ତି କୁ...

ସେ ବିକୃତ ନୁହେଁ...

ନା' ତାହାର ଚିନ୍ତାଶୈଳୀ 

କିଛି ବିକୃତିକର ସ୍ଥିତି

ତଥାକଥିତ ସମାଜ ତା'କୁ ପରିଚୟ ଦେଇଛି

ମାନସିକ ବିକୃତି

ତା'ର ଅତୀତ କୁ କେବେ

ପର୍ଯ୍ଯାଲୋଚନ କରିଛ?

କେବେ ମାପିଛ ତା'ର ଲକ୍ଷ୍ଯ ର ପରିସୀମା କୁ?

ହୋଇଥାଇ ପାରେ....

ହୋଇଥାଇ ପାରେ ଏକ ଆଇସବର୍ଗ ପରି

 ଚଟା୍ଣ ସହିତ ତା'ର ଧକ୍କା

ଅବା ପଥ  ସ୍ଥିର କରି ପାରୁ ନଥିବା

ଦୋଦୁଲ୍ଯମାନ ଅବସ୍ଥା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy