ବିଜୟ
ବିଜୟ
ଜୀବନଟା ଏକ ପ୍ରତିଯୋଗିତା
ପ୍ରତି ମୁହୂର୍ତ୍ତରେ ଜିତି ବାକୁ ହୁଏ
ହାର୍ ଜିତ୍ ର କଡ଼ା ମୁକାବିଲା କରି..।
ବାରମ୍ବାର ହାରିଗଲେ ବି
ପରାଜୟ ଦେଉଥାଏ ପ୍ରେରଣା
ଦେଖିବାକୁ ବିଜୟର ସ୍ବପ୍ନ..।
ହାରିବା ଜିତିବା ଭିତରେ
ଭାରସାମ୍ୟ ରଖି..ଚାଲିବାକୁ ହୁଏ
ଜୀବନର କଣ୍ଟକିତ ପଥ ।
ବାରମ୍ବାର ଅଭ୍ୟାସ ଆଣିଦିଏ
ଜିତିବାର ପୁନଶ୍ଚ ସୁଯୋଗ
ଧର୍ଯ୍ୟ ସହ ଅପେକ୍ଷା ଦିଏ ବିଜୟର ସ୍ଵାଦ ..।
