STORYMIRROR

Pramila Mohanty

Inspirational

4  

Pramila Mohanty

Inspirational

ବିଜୟ ପଥର ଯାତ୍ରୀ

ବିଜୟ ପଥର ଯାତ୍ରୀ

1 min
201


ବିଜୟ ପଥର ଯାତ୍ରୀ ଆମେ

ପରାଜୟକୁ ଦେବାନି ପ୍ରଶୟ

ବିଜୟ କେତନ ଉଠାଇ ଦେବା

ଆସୁ ପଛେ ଯେତେ ଝଡ ଝଞା

ଝଡର ବତାସ ଛୁଇଁ ପାରିବନି

କେବେ ରହିବା ସଦା କର୍ମଠ

ହୃଦୟ ଆମର ଅଟେ ନିଷ୍ପାପ

ରହିବା ସଦା ହୋଇ ପବିତ୍ର

ଅମ୍ବର ବକ୍ଷେ ଚାହିଁ ରହିଥିବେ ସୂର୍ଯ୍ୟ ଚନ୍ଦ୍ର 

ଲଗାଇବାନି କେବେ କାଳିମାର

ଦାଗ ରହିବା ହୋଇ ସଜାଗ

ଆମେ ପରା ଅଟୁ ମର୍କତ ମଣୀ

ସଦୃଶ୍ୟ ଚହଟରେ ଉଠିବ

ଜାଗି ଝିଲିମିଲ ଆଲୋକ

ସଭିଙ୍କ ମନେ ବୁଣିବା ଆମେ

ଅମୃତ ସମ ସରସ

ସ୍ନେହ ପ୍ରୀତିର ବନ୍ଧନରେ

କରିବା ଆମେ ସଦା ମୋହିତ

ଦେଖି ଆମ କର୍ମ ଚକିତ

ହୋଇ ରହିବ ଏ ଜଗତ

ବିଜୟର ଧ୍ଵଜା ଉଡାଇ ଚାଲିବା

ରହିବା ସଦା ଲୋହ ପରି ଶକ୍ତ

କରି ପାରିବେନି କେହି ପରାଜିତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational