STORYMIRROR

Manash ranjan Pattanayak

Inspirational

3  

Manash ranjan Pattanayak

Inspirational

ବିଜ୍ଞାନର ଜୟଗାନ

ବିଜ୍ଞାନର ଜୟଗାନ

1 min
135


ବିଜ୍ଞାନ ଆମ ବିଜ୍ଞାନ କର ତାର ଜୟଗାନ 


ପବିତ୍ର ହୋଇଲା ଖଣ୍ଡପଡ଼ା ଗ୍ରାମ

ଜନମ ଲଭିଲେ ପଠାଣି ସାମନ୍ତ 

ଗ୍ରହ ଉପଗ୍ରହ କଲେ ଅନୁଧ୍ୟାନ  

ସୃଷ୍ଟି କରିଗଲେ ସିଦ୍ଧାନ୍ତ ଦର୍ପଣ 

ସେ ଆମ ସାମନ୍ତ ।


ବିଜ୍ଞାନ ଆମ ବିଜ୍ଞାନ କର ତାର ଜୟଗାନ 


ପଦାର୍ଥ ବିଜ୍ଞାନ କଲ ଅଧ୍ୟୟନ 

କରୁଅଛୁ ଆମ୍ଭେ ତୁମ ଗୁଣଗାନ

ସମୁଦ୍ର ତରଙ୍ଗ କଲ ନିରୀକ୍ଷଣ 

ଏ ଭାରତ ମାତା କଲା ଜୟଗାନ 

ସେ ଆମ ରମଣ ।


ବିଜ୍ଞାନ ଆମ ବିଜ୍ଞାନ କର ତାର ଜୟଗାନ


ପାଇଅଛି ଦେଶ କେତେ ନୂଆ ଜ୍ଞାନ

କ୍ଷେପଣାସ୍ତ୍ର ତୁମେ କରିଛ ନିର୍ମାଣ

ଭାରତ ମାତାର ହେ ଯୋଗ୍ୟ ସନ୍ତାନ

ରାଷ୍ଟ୍ରପତି ପଦେ ହେଇଛ ଭୂଷଣ

ସେ ଆମ କଲାମ,,


ବିଜ୍ଞାନ ଆମ ବିଜ୍ଞାନ କର ତାର ଜୟଗାନ 


ଆବିଷ୍କାର ହେଲା ଏ ଟେଲିଭିଜନ 

ଆକାଶକୁ ଉପଗ୍ରହ ହୋଇଲା ପ୍ରେରଣ

ମହାକାଶକୁ ମାନବ କଲା ଅଭିଯାନ 

ଗ୍ରହ ଉପଗ୍ରହ ତଥ୍ୟ କଲା ନିରୂପଣ 


ବିଜ୍ଞାନ ଆମ ବିଜ୍ଞାନ କର ତାର ଜୟଗାନ


ଲଘୁଚାପ ଗୁରୁଚାପ ଜଣାଉଛି ଯନ୍ତ୍ର

ଆଗେଇ ଚାଲିଛି ଦେଖ ଚିକିତ୍ସା ବିଜ୍ଞାନ

ଇମେଲ୍‌ ଇଣ୍ଟରନେଟ୍‌ କରୁଅଛି କାମ

ବିନା ତାରେ ଚାଲୁଅଛି ଏଠି ଟେଲିଫୋନ 


ବିଜ୍ଞାନ ଆମ ବିଜ୍ଞାନ କର ତାର ଜୟଗାନ


ବିଜ୍ଞାନ ଦେଉଛି ନୂଆ ନୂଆ ଜ୍ଞାନ 

ପରିଶ୍ରମ କଲେ ମିଳଇ ସମ୍ମାନ

ଯେ ଦେଶେ ବିଜ୍ଞାନ ହୁଏ ବଳୀୟାନ

ଉନ୍ନତିର ପଥ ଅଟେ ସେ କାରଣ


ବିଜ୍ଞାନ ଆମ ବିଜ୍ଞାନ କର ତାର ଜୟଗାନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational