Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ବୀର ସୁରେନ୍ଦ୍ର ସାଏ

ବୀର ସୁରେନ୍ଦ୍ର ସାଏ

1 min
180


୧୮୦୯ ଖ୍ରୀଷ୍ଟାବ୍ଦରେ ଜନ୍ମ 

ଲଭିଲେ ସୁରେନ୍ଦ୍ର ସାଏ। 

ସମ୍ବଲପୁରର ଇଂରେଜ ବିରୋଧୀ

ଜମିଦାର ଥିଲେ ସିଏ ।୧।


ମହାରାଜା ସାଏ ସମ୍ବଲପୁରର 

ରାଜାଙ୍କ ଦେହାନ୍ତ ପରେ ।

ଉତ୍ତରାଧିକାର ଜାହିର କରିଲେ

ଇଂରେଜ ଦରବାରରେ।୨।


ରାଣୀ ମୋହନକୁମାରୀଙ୍କୁ ଫିରିଙ୍ଗି

ଗାଦିରେ ଦେଲେ ବସାଇ। 

ବିଦ୍ରୋହ ସାରା ରାଇଜେ ବ୍ୟାପିଗଲା

ଗଣ୍ଡ ହିଞ୍ଜାଲଙ୍କ ପାଇଁ ।୩।


ରାଣୀ ବସାଇଲେ କର ସହଚର

ସୁରେନ୍ଦ୍ରଙ୍କର ଏ ଥିଲେ ।

ବିଦ୍ରୋହକୁ ଶାନ୍ତ କରିବେ ସଇନ 

ହଜାରିବାଗୁ ଆସିଲେ । ୪। 


ଦମନ ନହେଲା ବିଦ୍ରୋହ ୟାପରେ 

ରାଣୀ ଗାଦିଚ୍ୟୁତ ହେଲେ ।

ସୁରେନ୍ଦ୍ରଙ୍କୁ ରାଜା ନକଲେ ଫିରିଙ୍ଗି

ଲୋକେ ଯାହା ଭାବିଥିଲେ ।୫।


ବରପାଲି ଜମିଦାର ନାରାୟଣ 

ସିଂ ଗାଦିରେ ବସିଲେ ।

ସୁରେନ୍ଦ୍ର ଉଦ୍ଦନ୍ତ ବଳରାମଙ୍କୁ

ଯାବଜ୍ଜୀବନ କାରା ଦେଲେ ।୬।


ସିପାହୀ ବିଦ୍ରୋହେ ବିଦ୍ରୋହୀ ଘୋଷିତ 

ନିର୍ଭୀକ ସୁରେନ୍ଦ୍ର ସାଏ । 

ବନ୍ଦୀ ଅବସ୍ଥାରେ ଅସୀରଗଡରେ 

ପ୍ରାଣ ହରାଇଲେ ସିଏ ।୭।



Rate this content
Log in

Similar oriya poem from Inspirational