STORYMIRROR

Sagar Kumar Parida

Inspirational Children

2  

Sagar Kumar Parida

Inspirational Children

ବୀଣାପାଣି ମାହାନ୍ତି

ବୀଣାପାଣି ମାହାନ୍ତି

1 min
125

ବୀଣାପାଣି ସୁତା ତୁମେ ବୀଣାପାଣି

ଉତ୍କଳ ମାତାର ମୂଲ୍ୟବାନ ମଣି ।।


ଭାଷା ସାହିତ୍ୟର ଦକ୍ଷ କର୍ଣ୍ଣଧାର

ଲେଖିଅଛ ଗଳ୍ପ କବିତା ଅପାର ।।


କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ଗ୍ରାମରେ

ଜନ୍ମିଥିଲ ତୁମେ ଏହି ଧରାପରେ ।।


ପଦ୍ମଶ୍ରୀ ଶାରଳା ସମ୍ମାନେ ଭୂଷିତ

କାଳଜୟୀ ତୁମ ସୃଷ୍ଟି ଅନବଦ୍ୟ ।।


ଅଧ୍ୟାପିକା ବୃତ୍ତି ସାହିତ୍ୟରେ ମତ୍ତି

ହେ ବରେଣ୍ୟା ତୁମ ପଦରେ ପ୍ରଣତି ।।


ଉତ୍କଳ ସାହିତ୍ୟ ଜଗତେ ଆଦର

ରହିଛି ରହିବ ସର୍ବଦା ତୁମର ।।


ତୁମ ସୃଷ୍ଟ ସୃଷ୍ଟି ଅମୁଲ୍ୟ ସମ୍ପଦ

ଜ୍ଞାନର ବାରିଧି ପାଠକଙ୍କ ମୋଦ ।।


ଯେ ପଢ଼ିଛି ଥରେ ତୁମ ଉପନ୍ୟାସ

ଜାଣିଛି ସେ ଅଛି ସେଥିରେ କି ରସ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational