STORYMIRROR

Tapaswini DashSarangi

Inspirational Children

3  

Tapaswini DashSarangi

Inspirational Children

ବିଦ୍ୟାର୍ଥୀ...

ବିଦ୍ୟାର୍ଥୀ...

1 min
203

ହେ ବିଦ୍ୟାର୍ଥୀ

ବିଦ୍ୟାର ଆଳୟରେ ବିଦ୍ୟାର ଅର୍ଥକୁ

ବୁଝିପାରି ଜୀବନକୁ ସମୃଦ୍ଧିମନ୍ତ କର ବୋଲି

ତୁମେ ହେଲ ବିଦ୍ୟାର୍ଥୀ।

ହେ ବିଦ୍ୟାର୍ଥୀ

ତୁମେ ହେଲ ଏ ସମାଜର ଭବିଷ୍ୟତ

ତୁମେ ହେଲ ପିତାମାତାଙ୍କ ଆକାଂକ୍ଷା ପ୍ରଦୀପ

ମୁଣ୍ଡରେ ପିନ୍ଧି ପିତାଙ୍କ ଆଶୀଷ ମୁକୁଟ

ଗଳାରେ ଧାରଣ କର ମା’ର ସ୍ନେହର କୌସ୍ତୁଭ

ଆଗେଇ ଚାଲ ଜୀବନର ପଥେ

ହାରିବା ବାଜି ସବୁ ଜିତିବ ସହଜେ।

ହେ ବିଦ୍ୟାର୍ଥୀ

ଦୂର କର ଆଳସ୍ୟର ପସରା ସବୁକୁ

 ସତ୍ୟନିଷ୍ଠ ହୋଇ ଶକ୍ତ କର ନିଜକୁ।

ଚିତ୍ତ ତୁମ ରହୁ ସଦା ପରମାତ୍ମା ପଦେ

ଭିବିଷ୍ୟ ଉଜ୍ଵଳ ହେବ ତାଙ୍କ ଆଶୀର୍ବାଦେ।

 


Rate this content
Log in

Similar oriya poem from Inspirational