STORYMIRROR

Ram Prasad Bisoi

Tragedy

2  

Ram Prasad Bisoi

Tragedy

ବିଡାଏ କାଠ ।

ବିଡାଏ କାଠ ।

1 min
13.6K



ସାହି ଝିଅଙ୍କ ମେଳି,

ଜଙ୍ଗଲକୁ ଯାଇ

ଆଣେ ନିତି କାଠ,

ମା ଗଲାଣି ଭୋର,

ବର୍ଷେ ତଳୁ

ବାପା ଯାଇଛନ୍ତି

ଦାଦନ ଖଟି,

ସହଳ ସହଳ ପାଦ

ଗଣୁଛି ଦେଇ

ତେଣେ ଭୋକ

ବିକଳରେ କାନ୍ଦୁ ଥିବ

ତା ଏକ ବର୍ଷର ଭାଇ,

ଡେରି ହେଲେ ସ୍କୁଲରେ

ପଡିବ ଚାଟ

ଉପରବେଳା ଭାତଗଣ୍ଡାକ ବି

ମିଳିବ ନାହିଁ ,

ମା କହେ ତାକୁ ହେବାକୁ

ପାଠ ପଢି ସିୟାଣୀ

ଠକି ହେବନି ସେ କେବେ

ଏ କଣ ?

ଖବର କାଗଜରେ

ପୁଣି ଇତିଶ୍ରୀ କାହାଣୀ

କଣ ତା ଭଳି ଝିଅ

ଖାଲି ଚୁଲି ଆଉ

ଚୁଲି ମୁଣ୍ଡେ ଥୁଆ ହୋଇଥିବା

ଖାଲି

କାଠ ବିଡା

ନିଜେ ନିଆଁ ରେ ଜଳିଲେ

ମିଳିବ

ମୁଠାଏ ଭାତ

ଝିଅ ଜନମ,

ଦେଇ ମା ନା ଖାଲି

ବିଡାଏ କାଠ ।

@କାଶ୍ୟପ ।

Pic courtsy- Sangita Purhoit



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy