STORYMIRROR

Tapan Kumar Swain

Children

4  

Tapan Kumar Swain

Children

ବିଭୀଷିକା

ବିଭୀଷିକା

1 min
220

କାଳର କରାଳ ବିଭୀଷିକା ରୂପ

ସଂହାର କରିବ ଦିନେ,

ବିଜ୍ଞ ମଣିଷ ର ଚିନ୍ତା ଚେତନା ରେ

ଭାବିଥିଲା କିବା ମନେ ।


ମାଟିରେ ଗଡୁଛି କୁଢ଼ କୁଢ ଶବ

ପାଶେ ନାହିଁ ପରିଜନ,

ମାଟିରେ ମିଶିଛି ଅହଙ୍କାର ଆଉ

ସଞ୍ଚିଥିବା ଅଭିମାନ ।


ଖାଦ୍ୟ ଅଭାବରୁ ପେଟ ଭୋକ ମରେ

କରୋନା ସାଜିଛି ଦାଉ,

ସାରା ଜଗତକୁ ରୋଗ ଘାରିଅଛି

ଅକାଳେ ଗ୍ରାସିଛି ରାହୁ ।


ବିଚଳିତ ଆଜି ମଣିଷ ଜୀବନ

ଜୀବିକା ବିପନ୍ନ ଦ୍ୱାରେ,

ମଣିଷ କରୁଛି ଆତୁର ଚିତ୍କାର

ରଖ ପ୍ରଭୁ ତୁମେ ବାରେ ।

ଏଘୋର ବିପଦେ ବିଭୁ ଆଶ୍ରା ବିନା

ନାହିଁ ଅନ୍ୟ ଗତି କାର,

କେତେ ବିତ୍ତଶାଳୀ ପଡିଲେଣି ଟଳି

ମହିରେ ମୁଁ ଅତି ଛାର ।


ପ୍ରଯୁକ୍ତି ବିଦ୍ୟାର ଉପଯୋଗ କର

ବିଶ୍ଵ ର ବିକାଶ ପାଇଁ,

ବିଶ୍ୱ ଯଦି ନାଶ ହୁଏ ତୁମ ପାଇଁ

ସେକଥା ବୁଝିବେ ସାଇଁ ।


Rate this content
Log in

Similar oriya poem from Children