STORYMIRROR

Sunanda Mohanty

Action Classics Thriller

3  

Sunanda Mohanty

Action Classics Thriller

ବିବାହ ବନ୍ଧନ

ବିବାହ ବନ୍ଧନ

1 min
182

ବନ୍ଧନ ସେ ସ୍ବର୍ଗୀୟ 

ଶାଶ୍ୱତ ନିର୍ମଳ ପବିତ୍ର 

ଦୁଇ ମନ ପ୍ରାଣ ଏକତ୍ରିତ 

ସ୍ୱାଗତ ଓ ସ୍ବୀକାରୋକ୍ତି ପ୍ରଣୋଦିତ 

ସ୍ନେହ ମମତା ରଜ୍ଜୁରେ ଶୃଙ୍ଖଳିତ 

ଦୁଇ ପରିବାର ସମ୍ବେଦନର ମିଳନ 

ଆବଦ୍ଧରେ କର୍ତ୍ତବ୍ୟ କର୍ମ ମହୀୟାନ 

ଚୁଲି ହାଣ୍ଡି ଥିଲେ ଥାଉ ନଥାଉ 

ସାତଜନ୍ମର ଏ ବନ୍ଧନ 

ମନ ଓ ହୃଦୟ ବାସେ ଚନ୍ଦନ ଚନ୍ଦନ 

ପରସ୍ପର ପରସ୍ପରର ପରିପୂରକ 

ଶାନ୍ତି ଉପବନ ଆଳୟେ ସତ୍ୟ ସନାତନ 

ମନୋମାଳିନ୍ୟ ମତାନ୍ତର ଯାଏ 

ମନାନ୍ତର କେବେ ଵି ନଥାଏ 

ଜୀବନରେ ଯେତେ ଆସୁ ଝଡ଼ ଝଞ୍ଜା 

ସହମତିରେ ଜଣେ ରାଣୀ ଜଣେ ରାଜା 

ଦୁଇ କୂଳର ହିତ ହୋଇ ଦୁହେଁ 

ସଂସାର ଡ଼ଙ୍ଗା ବାହିନିଏ 

ବେଦୀରେ ହୋମ ନିଆଁ ସାକ୍ଷୀ ରଖି 

ସାଜନ୍ତି ବର କନ୍ୟା ଦୁଇ ପ୍ରେମ ପକ୍ଷୀ 

ସମ୍ମତି ସମ୍ମାନ ଆଣେ ଦିଏ ମନ ଯୋଖି 

ବିବାହ ପୂର୍ବ ସ୍ଥିରୀକୃତ ବୋଲି ଜାଣି 

ମାନିନେଲେ ଗଙ୍ଗା ଯମୁନା ଉଜାଣି 

ଏ ବନ୍ଧନ ସାତରଙ୍ଗେ ସାତଋତୁ ନେଇ 

ପରମ୍ପରା ସଂସ୍କୃତି ନାମ ଦେଇ ନା ଚାଲୁଥାଇ 

ସିନ୍ଦୁର ଟୋପାଏ ଦୁଇପଟ ଶଙ୍ଖା 

ଧନ୍ୟ ନାରୀ ବାହେ ସଂସାର ଚରଖା 

ପୁରୁଷ ର ଅନୁଗାମିନୀ ହୋଇ 

ବିବାହ ବନ୍ଧନ ମର୍ଯ୍ୟାଦା ରଖାଇ 

ପୁରୁଷ ବଳ ବୀର୍ଯ୍ୟ କର୍ମଠ ରହି 

ବନ୍ଧନ ଶିଥିଳ ହେବାକୁ ନଦେଇ 

ଆଗପଛ ହୋଇ ଚାଲୁଥାଆନ୍ତି ଦୁହେଁ 

ବିବାହ ବନ୍ଧନ ଆଗକୁ ସୁଦୃଢ କରାଏ 

ଅତୁଟ ଏ ସାଂସାରିକ ରଜ୍ଜୁ ର ଦୃଢ ବନ୍ଧନ 

ନିବିଡ଼ତାବଢେ ନଥାଏ ଦହନ ବା ଅନୁଶୋଚନ

ହେ ପରମ କର୍ତ୍ତା ତୁମରି ଏପରି ବୀଜ ବପନ 

ରକ୍ଷାକର ସର୍ବେ ସଂସାରେ ଭଜୁଥାନ୍ତୁ ତୁମ ଦିବ୍ୟ ଜ୍ଞାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action