STORYMIRROR

Prashanta Padhan

Romance Others

4  

Prashanta Padhan

Romance Others

ବିବାହ ବନ୍ଧନ

ବିବାହ ବନ୍ଧନ

1 min
652

ବିରହି  ପ୍ରେମର  ଅବଧି  ସରିଲା

ଋତୁ ଏବେ ମିଳନର

ମାଟିର ବେଦୀରେ ସମ୍ପର୍କ ଯୋଡ଼ିଲା

ପ୍ରଜାପତି   ବନ୍ଧନର   ।।

ହୋମନିଆଁ ସାଥେ ମନ୍ତ୍ର ଉଚ୍ଚାରଣ

ଦୁଇଗୋତ୍ର ଯୋଡ଼ିହେଲା

ସ୍ୱୀକୃତି  ମିଳିଲା  ଜୀବନ ସାଥିର

ପରିଚୟ   ବଦଳିଲା   ।।

ହାତଗଣ୍ଠି ହେଲା ପ୍ରେମର ଶିକୁଳି

ବନ୍ଦିନୀ ଗୋ ଏବେ ତୁମେ

ଜାମିନ ବିହୀନ ଅଟେ ଏ ବନ୍ଧନ

ମୁକୁଳିବା ନାହିଁ ଆମେ ।।

ଦଶଦିଗ  ସାକ୍ଷୀ  ଏଇ  ସମ୍ପର୍କର

କ୍ଷମିବି ମୁଁ  ଦଶଦୋଷ

ସୁଖମୟ ହେବ ଦାମ୍ପତ୍ୟ ଜୀବନ

ତୁଟିବା ଯାଏଁ  ନିଶ୍ୱାସ  ।।

ଦେହ ଓ ଆତ୍ମାର ହୋଇବ ମିଳନ

ସୀମାରେଖା ସବୁ ଡେଇଁ

ପିତୃପୁରୁଷଙ୍କ  ଲଭିବା  ଆଶିଷ

ଜନ୍ମଜନ୍ମାନ୍ତର   ପାଇଁ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance