STORYMIRROR

Dharitri Das

Romance

3  

Dharitri Das

Romance

ବିବାହ ବାର୍ଷିକୀ

ବିବାହ ବାର୍ଷିକୀ

1 min
281


ମାଧିଆ ମାଆଲୋ ମାଧିଆ ମାଆ

ହୋଟେଲ ଯିବା ଜଲଦି ବାହାରି ଆ।

ଆଜଦିନ କଥା ଭୁଲି ନାହିଁ ଲୋ

ଯଦିଓ ଷାଠିଏ ବର୍ଷ ହେଲା ଲୋ।

ବୃଦ୍ଧ ବୋଲି ମୋତେ ଭାବିବୁ ନାହିଁ

ମେଳାକୁ ଯେ ତୋତେ ନେବି ବୁଲାଇ।

ନାଲି ପାଟ ଗୋଟେ ପିନ୍ଧିଦେ ତୁହି

ଷୋହଳ ବୟସୀ ମୋ ସୁନାମୁହିଁ।

ବୁଲାବୁଲି କରି ମଜା ମାରିବା

ସର୍କସ ମେଲୋଡି ସବୁ ଦେଖିବା।

ମନ ପସନ୍ଦର ଖାଦ୍ୟ ଖାଇବା

ହୋଟେଲରେ ରାତି ଆମେ କାଟିବା।

ନବ ବିବାହିତ ପ୍ରେମିକା ପରି

କାଟିବା ରାତିଟା ମନକୁ ଭରି।

ଆଉ କେତେଦିନ ଅବା ବଞ୍ଚିବା

ମନକୁ ଦୁର୍ବଳ କାହିଁ କରିବା।

ଆନନ୍ଦ ଉଲ୍ଲାସେ ଜୀବନ କାଟି

ଦୁଃଖ ସୁଖ ସବୁ ନେବା ଲୋ ବାଣ୍ଟି।

ଆସ ଆସ ଗୋ ପ୍ରିୟତମା ମୋର

ବିବାହ ବାର୍ଷିକୀ ପାଳିବି ତୋର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance