STORYMIRROR

Narayan chandra Senapati

Fantasy Others

3  

Narayan chandra Senapati

Fantasy Others

ବିବାହ ବାର୍ଷିକୀ

ବିବାହ ବାର୍ଷିକୀ

1 min
1.5K

ହେ ବିବାହ ବାର୍ଷିକୀ

ତୁମେ ଯେବେ ଆସ ସମୟ ନିର୍ଘଣ୍ଟର ସୂଚୀ ପତ୍ରରେ ଟିକ୍ ଚିହ୍ନ ମାରି

ସନ୍ତର୍ପଣରେ ଉଠାଇ କୁହ

ଏ ଉଠୁନା

ମନେ ପଡୁନିକି ଆମ ଅକାଟ୍ୟ ସମ୍ପର୍କ

ଟିକେ ଭାବନା

ସେଦିନର ସେହି ବାଜା ଧ୍ଵନି

ବାଣର ଉନ୍ମାଦ ଚମକ

ଶୋଭାଯାତ୍ରାର ଉତ୍ଫୁଲ୍ଲିତ ନୃତ୍ୟ

ଲାଗୁଛି କାଲିପରି 

ସ୍ମୃତିର ଆଇନାରେ ପୂଜାଥାଳି ଧରି

ସତେ ଯେମିତି କରୁଥିଲ ମୋତେ ସଜ ବନ୍ଦାପନା ।

ମୋର ଠିକ୍ ମନେ ଅଛି

ତୁମେ କହୁଥିଲ

ଆଜି ତୁମେ ଦୁହେଁ ଶ୍ରେଷ୍ଠ ଆଉ ଶ୍ରେଷ୍ଠା

ଆଜି ପରା ସାଂସାରିକ ଜୀବନର ସ୍ଵନକ୍ଷତ୍ର ଦିଵସ

ଏ ଏନ୍ତୁଡ଼ି ଶାଳରେ କେମିତି ଜଳୁଛି ଅଖଣ୍ଡ ଦୀପ

ସୁଖ ଦୁଃଖର ଯଜ୍ଞ କୁଣ୍ଡରେ ପରା ପୋଡା ହେଉଛି ଆଶାର ଘିଅ

ବିଶ୍ୱାସର ଗଣ୍ଠିଟା ଯୋଡ଼ା ହେଇଛି ସମ୍ପର୍କର ପ୍ରେମ ଡୋରରେ

ନମ୍ର ହୋଇ ଦିଅଁ ଦେବୀ ଗୁରୁ ଗୁରୁଜନଙ୍କୁ

ସଂଗ୍ରହ କରିବା ପାଇଁ ଆଶିଷ 

ଚଳାଇବାକୁ ପ୍ରଣୟର ନୌକା

ଅଟ୍ଟହାସ୍ୟର ନଈ ସୁଅରେ ଧୈର୍ଯ୍ୟ କାତ ଧରି ।

କେବେ ଅଭିମାନ କରିବିନି ହେ ବାର୍ଷିକୀ

ଏଇମିତି ଆସୁଥିବ ମନେ ପକାଇବାକୁ

ସେଦିନର ସଵାରୀ ପାଲିଙ୍କି କିମ୍ବା ମନପବନ ଘୋଡା

ଯେଉଁଥିରେ ଆମକୁ ପଠାଇ ଉଠାଇଥିଲ ଆନନ୍ଦର ଫଟୋଚିତ୍ର

ଆଜି ମୁଁ ଦେଖୁଛି ସେଇ ଆଲବମ

ଯାହା ଦେଇଥିଲ ମୋତେ ଚତୁର୍ଥୀରେ ଭେଟି

ଆଉ ତୁମ ହାତଲେଖା ଚିଠି

ଯେଉଁଥିରେ ଲେଖିଥିଲ 

ହେ ବନ୍ଧୁ

ମାନିବ ସଂସ୍କାର,ଭୁଲିବନି ସମ୍ପର୍କ

ରଖିଯିବ ଯଶ କୀର୍ତ୍ତି ଯୁଗଯୁଗ ପାଇଁ

ଆଦର୍ଶର ସୀମାରେଖା ତଳେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy