STORYMIRROR

Jyotirmoyee Mohanty

Romance Tragedy

2  

Jyotirmoyee Mohanty

Romance Tragedy

ଭୁଲ ଠିକଣା

ଭୁଲ ଠିକଣା

1 min
126

ଭିଜିଥିଲି ଦିନେ      ଅଦିନ ବର୍ଷାରେ 

      କୁଆଁରୀ ଜୀବନେ ମୁଯେ l

ପାଇଥିଲି ତୁମ       ଉତ୍ତପ୍ତ ଓଠର 

      ସ୍ପର୍ଶ ଟିକକ ଯେବେ  ll 


ଭୁଲିଗଲି ସାରା      ଦୁନିଆକୁ ଆଉ 

       କିଏ ସେ ପର ଆପଣା l 

ନିଜକୁ ହଜାଇ        ତୁମରି ପାଖରେ 

      ଖୋଜେ ମୁଁ ନିଜ ଠିକଣା ll 


ଛଳନା ସୁଅରେ       ଭାସିଗଲି ସତେ 

       ଅନେକ ଅନତି ଦୂର l

ମରୁ କେବେ ତୃଷ୍ଣା      ମେଣ୍ଟାଇ ପାରେନା 

      ତୁମେ ଥିଲ ମରୁଝର  ll 


କାନ୍ଦୁଛି ଏ ମନ       ଭିଜୁଛି ଏ ଆଖି 

       ହୃଦୟେ ଅନେକ କୋହ l

ବର୍ଷା ବି ଆସୁଛି       ଫଗୁଣ ଆସୁଛି 

       ପାଶେ ତୁମେ ମୋର ନାହଁ ll



Rate this content
Log in

Similar oriya poem from Romance