STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଭୁଲ ଠିକଣା

ଭୁଲ ଠିକଣା

1 min
178


ଏଇ ଭୁଲ ଠିକଣା ମୋ ଜୀବନର ଗତିପଥ ଦେଲା ବଦଳାଇ

ଯେତେ ଯେତେ ସୁଖ ଶାନ୍ତି ଆନନ୍ଦ ଉତ୍ସବ କାହିଁ ଗଲାତ ମିଳାଇ

ଅନେକ ସପନ ଆଶାର ସଉଧ ଆଉ ସୁନାର ଚଢେଇ

ଭଙ୍ଗିଗଲା ଚୁର ମାର ହୋଇ 

ଉଡିଗଲା ଆକାଶରେ ତା ଡେଣା ମେଲାଇ ।।


ଆକାଶର ଚାନ୍ଦ, ତାରା ର ଚାନ୍ଦୁଆ, ମଖମଲ୍ଲୀ ଶେଫାଳୀ ଗାଲିଚା 

ବସନ୍ତ ମଳୟ ଶୀତଳ ପବନ ଫୁଟା ଫୁଲ ସଉରଭ ସିଞ୍ଚା

ପରିବେଶ ସବୁ ହଜିଗଲା ଅକାଳରେ ସବୁ ହଜିଗଲା

ନିରାଶା ର ବିଷର୍ଣ୍ଣ ଅନ୍ଧାରେ

ଭୁଲ ଠିକଣା (ରେ) ବିବଶ ସକାଳେ ସନ୍ଧ୍ୟାରେ ।।


ରହସ୍ୟ ମୟ ମୋ ଜୀବନ ର ତରି ଅକାତ ଜଳେ ଟଳ ମଟଳ

ଭୁଲ ଠିକଣା ବଦଳାଇ ଦେଲା ଏଇ ଜୀବନର ମୋଡ଼ କୁ ମୋର

ଅସହାୟ ଅସନ୍ତୋଷ ଭିତରେ ଏଇ ଏ ଅଭାବି ସଂସାର 

ଅବଶୋଷେ ମନସ୍ତାପେ ମୋର

କଟଇ ଜୀବନ ଆହା କେଡେ ନାରଖାର ।।


ଆଶା ପ୍ରଦୀପ ଜାଳି ବିଶ୍ଵାସ କୁ ନିଶ୍ଵାସ କରି ଭୁଲ୍ ଠିକଣାରେ

ଏବେବି ବଞ୍ଚିଛି, “ଆକାଶ ମୋ ଆଶା” ତିନ୍ତେନି ଶରୀର ବର୍ଷାରେ

ହେଉପଛେ ଭୁଲ ଠିକଣା ମୋର ଜୀବନ ଆରମ୍ଭ ଶେଷରେ

ଜଳି ଜଳି “ଜଳନ୍ତା ଜୁଇରେ-

ସାଉଁଟେ” ସାଇତି ବାକୁ ଜୀବନକୁ ଥରେ ।।


ତଥାପି ଲଢ଼ୁଛି ଲଢୁଥିବି ମୋର ଭାଗ୍ୟଲେଖା ଏ ଭୁଲ ଠିକଣା

ଏଇମୋର ଭବିତବ୍ୟ ଦେଖିଛି ମୁଁ ଏ ଆକାଶେ ସୂରୁଯ ଚନ୍ଦ୍ରମା

ଭୁଲ୍ ହେଉ ବା ଠିକ୍ ହେଉ ମୋତେ ମିଳିଛି ତ ଏଇ ଠିକଣା

ଆଉ ହେବି କିଆଁ ବାଟବଣା

ଏଇ ଭୁଲ୍ ଠିକଣା ମୋର୍ ଶେଷ ଠିକଣା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics