STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଭୁଜତଳେ ରଖ ମହାବାହୁ

ଭୁଜତଳେ ରଖ ମହାବାହୁ

1 min
263

ଭୁଜତଳେ ରଖ ମହାବାହୁ

          ତୁମ ଭୁଜତଳେ ରଖ,

ବେଶି କିଛି ମାଗୁନାହିଁ ଆଉ

     ଦୁଃଖ ମୋର ଥରେ ଦେଖ ।


ତୁମେ ଜଗନ୍ନାଥ ଅନ୍ତର୍ଯ୍ୟାମୀ

         ଚକା ନୟନରେ ଦେଖ,

ହୋଇ ସାରା ଜଗତର ସ୍ଵାମୀ

       ଦେଉଛ କାହିଁକି ଦୁଃଖ ।


ଭୁଜତଳେ ରଖ ମହାବାହୁ

କୃପାସିନ୍ଧୁ ବୋଲି ପଡ଼େ ହୁରି

        ବ୍ରହ୍ମାଣ୍ଡେ ତୁମେ ଶ୍ରୀମୁଖ,

ବାନା ଉଡ଼େ ଯୁଗ ଯୁଗ ଧରି

         ଭରିଦିଅ ପରା ସୁଖ ।


ହୋଇ ତୁମେ ବିଧିର ବିଧାନ 

      ଭାଗ୍ୟଫଳ ଯେତେ ଲେଖ,

କପାଳକୁ କରି ହୀନିମାନ

       କି ଗୁଣ ମୋର ପରଖ ।


ଭୁଜତଳେ ରଖ ମହାବାହୁ

ତୁମେ ଥାଉଁ ଥାଉଁ ଭାବଗ୍ରାହୀ

    ହେବି କାହିଁକି ବିମୁଖ

ହୃଦୟ ବେଦନା ସହି

        ଆସିଛି ତୁମରି ପାଖ ।


ଭକ୍ତି ଚିତ୍ତେ କରୁଛି ପ୍ରଣାମ

        ପଥ ମୋ ହେଉ ସଳଖ,

ଦୁନିଆଁରେ ଦେଇଛ ଜନମ

       ଜ୍ଞାନ ଦେଇ କର ଦକ୍ଷ

ଭୁଜତଳେ ରଖ ମହାବାହୁ ।


Rate this content
Log in

Similar oriya poem from Abstract