STORYMIRROR

Arjuni charan Behera

Inspirational

4  

Arjuni charan Behera

Inspirational

ଭସ୍ମ ଭୂଷଣ

ଭସ୍ମ ଭୂଷଣ

1 min
288

ଶିବ ହେ ! ମୋର ପ୍ରଣତି ଘେନ  

ଶିବ ଶିବ ବୋଲି ଯାଉ ଜୀବନ l

ତୁମ୍ଭେ ସତ୍ୟ ଶିବ ସୁନ୍ଦର ଜଗତେ 

ସତ୍ୟ ଲାଗି କଲ ଗରଳ ପାନ ll


ଆହେ ନୀଳକଣ୍ଠ ଫେଡ଼ ମୋ ଅରିଷ୍ଟ  

ଦିଗମ୍ବର ଆହେ ବାସ ସ୍ମଶାନ l

କଇଳାସ ପତି ହର ମୋ ବିପତ୍ତି  

ସଦାଶିବ ହର ତିନି ଲୋଚନ ll 


ବୃଷଭ ଆରୋହୀ ସର୍ବ ମୋକ୍ଷଦାୟୀ  

ଉମାପତି ଆହେ ନନ୍ଦୀ ବାହନ l

ପଞ୍ଚାମୃତ ପାୟୀ କୋଳେ ମହାମାୟୀ  

ଶୂଳ ପାଣି ଆହେ ପଞ୍ଚ ଆନନ ll 


ପତ୍ର ନ ଭକ୍ଷିଲେ ତୁମ୍ଭଙ୍କୁ ଲଭିଲେ  

ହିମାଳୟ ଜେମା ପକାଇ ରାଣ l

ଦେବ ସେନାପତି ତୁମ୍ଭର ସନ୍ତତି  

ବିଦ୍ୟା ଦାତା ପ୍ରଭୁ ଗଜ ବଦନ ll 


ପ୍ରଭୁ ଆଶୁତୋଷ ଅଳପେ ସନ୍ତୋଷ  

ବିଷ୍ଣୁ କଲେ ତୁମ୍ଭ ପଦ ବନ୍ଦନ l

ତ୍ରେତୟାରେ ପୁଣି ତୁମ୍ଭ ନାମ ଗୁଣି  

ସେତୁ ବନ୍ଧାଇଲେ ଶ୍ରୀରଘୁ ରାଣ ll 


କାଶୀପୁର ବାସୀ ହେ ଚିର ସନ୍ନ୍ୟାସୀ  

ମହାଯୋଗୀ ମାଗି କଲ ଭୋଜନ l

ମାତା ଅନ୍ନପୂର୍ଣ୍ଣା ପାର୍ବତୀ ଅପର୍ଣ୍ଣା  

ଭିକ୍ଷା ପାତ୍ର କଲେ ତୁମ୍ଭର ପୂର୍ଣ୍ଣ ll


ଅରଖ ଗୟସ ହେ ପ୍ରଭୁ ଗିରିଶ  

ଧାତୁରା କେତକୀ ଭଷ୍ମ ଭୂଷଣ l

ଆହେ ଗଙ୍ଗାଧର ଅହି ଗଳେ ହାର  

ସଦାଶିବ ହର ସର୍ବ ଦୂଷଣ ll 


ହେ ପ୍ରଭୁ ମହେଶ କ୍ଷମ ମୋର ଦୋଷ  

ପଦେ ତୋର ପ୍ରଭୁ ଗଲି ଶରଣ l

ଆହେ ଭୁତପତି ପ୍ରଭୁ ମହାଯତି  

ମହେଶ୍ୱର ଆହେ ଶଙ୍କର ଶୁଣ ll 


ଶିବ ହେ ! ମୋର ପ୍ରଣତି ଘେନ  

ଶିବ ହେ ! ମୋର ପ୍ରଣତି ଘେନ !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational