STORYMIRROR

Chittaranjan Lenka

Inspirational

2  

Chittaranjan Lenka

Inspirational

ଭରସା ଆଖଣ୍ଡଳମଣୀ

ଭରସା ଆଖଣ୍ଡଳମଣୀ

1 min
2.6K


ଚିନ୍ତାମଗ୍ନ ଯେବେ ହୋଇଯାଏ ବାବା

ନ ପାରଇ କିଛି ଜାଣି

ଆପେ ଆପେ ସେବେ ପାଟିରୁ ବାହାରେ

ବାବା ଆଖଣ୍ଡଳମଣୀ

ଜଣାପଡେ ମୋତେ ସତେ କି ବାବା ହେ

ପାଖେ ପାଖେ ମୋର ଅଛ

ଦୋଷୀ କି ନିର୍ଦ୍ଦୋଷ ବିଚାର ନ କରି

ଭରସା ମୋତେ ହେଉଛ

ମୋ ପାଖେ ଭକତି ନାହିଁ ବାବା କିଛି

ମୁଁ ଜାଣେ ତୁମେ ବି ଜାଣ

ତଥାପି ମୋ ପ୍ରତି ସଦୟ ହେଉଛ

ନିଜକୁ ଭାବୁଛି ଧନ୍ୟ

ଏହିପରି ଦୟା ରଖିଥିବ ବାବା

ଭାଙ୍ଗିବନି ମୋର ଆଶା

ଜୀବନ ପଛକେ ଚାଲିଯାଉ ମୋର

କେବେ ନ ତୁଟୁ ଭରସା

ଚିତ୍ତରଞ୍ଜନ ଲେଙ୍କା

କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational