STORYMIRROR

Kabiratna Nutan Kumar Behera

Action Inspirational

4  

Kabiratna Nutan Kumar Behera

Action Inspirational

ଭ୍ରାନ୍ତ ବିଭ୍ରାନ୍ତ ପଥପ୍ରାନ୍ତ

ଭ୍ରାନ୍ତ ବିଭ୍ରାନ୍ତ ପଥପ୍ରାନ୍ତ

1 min
256

ସ୍ବପ୍ନ ପାଲଟେ ଏଠି ଦୁଃସ୍ବପ୍ନ

ବଦଳି ଲଲାଟ ଲିଖନ

ଆସେନା ତ ଶୁଭ ଲଗ୍ନ

ସାଥୀ ସ୍ବାର୍ଥରେ ରହି ନିମଗ୍ନ

ବାସ୍ତବତାର କରେ ଜାନୁଭଗ୍ନ।


ରୁଗ୍ଣ ପଙ୍ଗୁ ମାନସିକତା

ଯାତ୍ରାପଥେ ନେଇ ଆସେ ବିଘ୍ନ

କୃତଜ୍ଞତା ହୁଏ ସମାଧିସ୍ଥ

ଉପକୃତ ହୁଏ କୃତଘ୍ନ

ସ୍ୱର୍ଣ୍ଣ ବିକୃତରେ ହୁଏ ବିବର୍ଣ୍ଣ

କାଚ କାଞ୍ଚନରେ ଜାଜ୍ଜଲ୍ୟମାନ।


ପତନ୍ମୁଖୀ ବିପନ୍ନ 

ସହାୟତାର ନାହିଁ ଚିହ୍ନବର୍ଣ୍ଣ

ଲଲୁପତାର ଦୃଷ୍ଟି ତୀକ୍ଷ୍ଣ

ଅମାନୁଷିକତା ଆଉ ଘୃଣ୍ୟ

ହିଂସ୍ରତାର କର୍ମ ସବୁ ଜଘନ୍ୟ

ଚେଷ୍ଟା ହୁଏ ବୃଥା

କ୍ରମର ଯେତେ ବ୍ୟତିକ୍ରମ

ଶଙ୍କା ସନ୍ଦେହ ଆତଙ୍କର ପ୍ରଶ୍ନ।


ଭବିଷ୍ୟତର ଜୀବନ

ପାଲଟି ଯାଏ ରଙ୍ଗହୀନ

ଅସୁରକ୍ଷିତ ଧନ ଯୌବନ

ମୁଖା ତଳେ ଛପିଥାଏ ଶୈତାନ

ସୁଯୋଗ ଖୋଜି କରେ ଦଂଶନ

ଯନ୍ତ୍ରଣାର ନାହିଁ ଅବସାନ

ସେବା ତ୍ୟାଗ ହୁଅନ୍ତି ଅନ୍ତର୍ଦ୍ଧାନ

ପ୍ରସ୍ତାବ ହୁଏ ପ୍ରତ୍ୟାଖ୍ୟାନ

ସିଦ୍ଧାନ୍ତର ରହେନା ସମ୍ମାନ।


ଧୂମ୍ର ମୟ କୁଜ୍ଝଟିକା 

ପ୍ରବଞ୍ଚନା ଆଉ ପ୍ରହସନ

ଅସ୍ଥାନରୁ ଲମ୍ବିଛି ଶ୍ମଶାନ

ଭ୍ରାନ୍ତ ଧାରଣାକୁ ନେଇ ଆକ୍ରମଣ

ବିଭ୍ରାନ୍ତ ବୁଝାମଣାର ସ୍ଲୋଗାନ

ପଥପ୍ରାନ୍ତର ଅଭିଯାନ 

ସୁଧାରିବା ଆଶାରେ ବ୍ୟବଧାନ

ହୁଏନା ଆଶୁ ସମାଧାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action