STORYMIRROR

Sasmita Choudhury

Classics

2  

Sasmita Choudhury

Classics

ଭୋକର ଜ୍ବାଳା

ଭୋକର ଜ୍ବାଳା

1 min
303

ଶରୀର ରଥରେ 

ବିବେକ ସାରଥି 

ମନ ସିନା ଭାବେ ଭୋଳା, 

ସାରା ଅବୟବ 

ଚଳନ୍ତା କି ଭାଇ 

ନ ଥିଲେ ଭୋକର ଜ୍ବାଳା? 


ଭୋକ ନିଆଁ ଠାରୁ 

ସଂସାରର କେଉଁ 

ନିଆଁ ବା ଜ୍ବଳନକାରୀ? 

ଭାତ ମୁଠାକର 

ଦୁର୍ବାର ସ୍ବପ୍ନ ଯେ

ହୀରା, ନୀଳା, ମୋତି 

ମୂଲକୁ ଯାଉଛି ବଳି। 


ଭୋକ ନଥିଲେ କି

ତିଆରନ୍ତା ପକ୍ଷୀ

ସୁଉଚ୍ଚ ଡାଳରେ 

ନିଜ ପାଇଁ ଏକ ନୀଡ? 

ଏଇ ଭୋକ ଦାଉ

ବାଧ୍ଯ କରିଥାଏ - 

ଭାଙ୍ଗି ଦେବା ଲାଗି 

ସଂସାରର ଯେତେ 

ଆଇନ କାନୁନ୍ ବାଡ। 


ଅଭିବୃଦ୍ଧିର ହିଁ 

ପରିଚାୟକ ସେ

ସୂଚାଇ ଦିଏ ଯେ-

ଭୋକ ସୁସ୍ଥତା ଲକ୍ଷଣ, 

ଭୋକ ବିନା ତୁଚ୍ଛ 

ସୁସ୍ବାଦୁ ଯେତେ

ଭୋଜି, ମଉଛବ... 

ନଅ ଭଜା, ଛ' ତିଅଣ ।


ଭୋକର ପ୍ରକାର 

ଅନେକ ସଂସାରେ 

ଧନ, କ୍ଷମତା ବା 

କାମର ଅଦମ୍ୟ ଭୋକ, 

ନିୟନ୍ତ୍ରଣ ବିନା 

ବିପର୍ଯ୍ୟୟ ଘଟେ.. 

ପୂର୍ତ୍ତିରେ ହିଁ ସର୍ବନାଶ। 


ତିଷ୍ଠି ରହିଛି ଯେ 

ଏ ଜୀବ ଜଗତ 

ଥିବାରୁ ଭୋକର 

ଚରାଚର ଉପସ୍ଥିତି, 

ଭୋକ ନଥିଲେ ଟି

ଯେତେ ଇତିହାସ, 

ଭୂଗୋଳ ଲଭନ୍ତେ-

  ଅଚିରେ ପରିସମାପ୍ତି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics