STORYMIRROR

Jagabandhu Sahu

Tragedy Others

3  

Jagabandhu Sahu

Tragedy Others

ଭୋକ

ଭୋକ

1 min
287

ଭୋକର  ମହତ ପଚାରିବ ଯଦି

   କହିବ ଜଣେ ଯେ ଦୁଃଖି

କେତେ ହନ୍ତ ସନ୍ତ ଭୋକର ଜ୍ବାଳାରେ

   ହୃଦରେ କଷଣ ମାଖି


ପେଟ ପାଇଁ ନାଟ ଏ ମାୟା ସଂସାରେ

   ଭୋକ ମେଣ୍ଟାଇବା ପାଇଁ 

ଅଳପେ ସନ୍ତୁଷ୍ଟ ନୁହେଁ ଏ ମଣିଷ

    କୁକର୍ମ କରନ୍ତି ସେହି


କିଏ କରେ ଏଠି ଦେହର ସଉଦା

   କିଏ କରେ ହତ୍ଯା କାଣ୍ତ

ସ୍ୱାର୍ଥେ ଅନ୍ଧହୋଇ ଭୋଗୁଛନ୍ତି କେତେ

    ଭୋକର ତାଣ୍ଡବ ଦଣ୍ତ


ଆପଣା ସ୍ବାର୍ଥକୁ ମନରେ ଯେ ଗୁନ୍ଥି

    ଭୁଲଯାନ୍ତି ଭାଇଚାରା

ଭୋକର ଜ୍ବାଳାରେ ପ୍ରଭାହିତ ଜୀବ

   ରହିଚି ରହିବ ଧାରା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy