STORYMIRROR

Santosh Samal

Tragedy

4  

Santosh Samal

Tragedy

ଭୋକ

ଭୋକ

1 min
177

ଆହାର ପାଇଁ କିଏ ପାହାର ଖାଏ

ଖାଇ..ଖାଇ କିଏ ଫିଙ୍ଗି ଦିଏ

ଦୁନିଆରେ ଏଠି ଏମିତି ନିୟମ

ଖାଇଵା ପାଇଁ ଛାଡ଼ିଦିଅନ୍ତି ନିଜର କାମ

ମୋତେ ଖାଇବାକୁ ଦଵ କୋଉ ଲୋକ

ପେଟରେ ମୋର ଅସରନ୍ତି ଭୋକ  !

  

ମଣିଷ ଏଠି ମଣିଷର ଖାଇ

ହେଇଯାଏ ତା' ଵଇରୀ

ଖାଇଵା ପାଇଁ ଵାର ଦୁଆର ବୁଲେ

କେହି ଶୁଣନ୍ତି ନାହିଁ ମୋ ' ଗୁହାରି

ମଣିଷ ଏଠି ମଣିଷର ରକ୍ତ ଖାଇ

ପାଲଟି ଗଲାଣି ଜୋକ

ଖାଇବାକୁ ମିଳୁନାହିଁ ମୋତେ

ପେଟରେ ମୋର ଅସରନ୍ତି ଭୋକ  !!


କୁକୁରଟି ବୋଲି ଗୋଇଠା ମାରି

ଥଟ୍ଟା ପରିହାସ କରି ହସ

ଯାହାକୁ ତମେ ଵିଶ୍ଵାସ କର

ସେ ଦେଇଦଵ ଦିନେ ଵିଷ

ଖାଇଵାକୁ ମୁଠେ ଦେଇ ଦେଖ

ପାଖରେ ରହି ଜଗିଵି ତମ' ପାଦର ନଖ

ସ୍ଵାର୍ଥପର ଦୁନିଆରେ କିଏ ଵୁଝିଵ ମୋ ଦୁଃଖ

ଖାଇଵାକୁ ମିଳୁନାହିଁ ମୋତେ

ପେଟରେ ମୋର ଅସରନ୍ତି ଭୋକ  !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy