STORYMIRROR

KRUTIBAS NAYAK

Children

3  

KRUTIBAS NAYAK

Children

ଭଲଲୋକ : ଡକ୍ଟର କୃତ୍ତିବାସ ନାୟକ

ଭଲଲୋକ : ଡକ୍ଟର କୃତ୍ତିବାସ ନାୟକ

1 min
214


ଭଲଲୋକ ସହ ସଂଯୋଗ ହୋଇବା ସୁଖ-ସୌଭାଗ୍ୟର କଥା,

ମନ୍ଦଲୋକ ସହ ଭେଟିବା ଦୁର୍ଭାଗ୍ୟ ମିଳେ ଅପମାନ ବ୍ୟଥା |


ଶାରୀରିକ କିବା ମାନସିକ ଭାବେ କାହାକୁ ଆହତ କଲେ,

ପାପବୋଲି ତାକୁ ଶାସ୍ତ୍ର କହିଥାଏ ଅନୁତାପ ଫଳ ମିଳେ |


ପ୍ରିୟ ବା ଅପ୍ରିୟ ଲୋକପାଇଁ ଯଦି କରିଥାଉଁ ଉପକାର,

ତାକୁ ପୁଣ୍ୟ ବୋଲି ଶାସ୍ତ୍ର କହେ ପୁଣି ସହାୟ ହେବେ ଈଶ୍ଵର |


ପୁରୁଣା ଚିଜକୁ ନ ଛାଡ଼ି ନୂଆକୁ କେହି ପାରିନାହିଁ ଧରି,

ନୂଆ ଭାବ-ଭାଷା ଆସିବ କେମିତି ପୁରୁଣାକୁ ହେଲେ ଝୁରି ?


ପୁରୁଣା ପୋଷାକ ଆମ ପ୍ରତିଭାକୁ ପ୍ରଭାବିତ କରେନାହିଁ,

ପୁରୁଣା ବନ୍ଧୁ ଯେ ଯେଉଁଠି ଥିଲେ ବି ବିପଦରେ ଖୋଜେ ସେହି |


ପୁରୁଣା ହେଲେ ବି ବାପା-ମାଆ କେବେ ପିଲାଙ୍କୁ ଭୁଲନ୍ତି ନାହିଁ,

ସରଳ ଜୀବନ ସଫଳତା ପଥେ ଅନ୍ତରାୟ ହୁଏନାହିଁ |


ଆମେ ଯେଉଁ କାର୍ଯ୍ୟ କରୁଛୁ ତାହାକୁ ଅନ୍ୟ ବି ପାରିବେ କରି,

ଯେତେ ଚେଷ୍ଟା କଲେ ଅନୁକରଣରେ ହେବେନାହିଁ ଆମପରି |



Rate this content
Log in

Similar oriya poem from Children