STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଭଲଲାଗେ ମତେ

ଭଲଲାଗେ ମତେ

1 min
329


ଏକାକୀ ଜୀବନେ ଭଲ ଲାଗେ ମତେ

   ଭକ୍ତି ଜଗନ୍ନାଥ ପାଇଁ,

ତହିଁ ମନ ସ୍ଥିର ଏକୁଟିଆ ଭୂମି 

   ପ୍ରଭୁ ଆରାଧନା ପାଇଁ।


ରଚନା ମୋହର ଏକାକୀ ଜୀବନେ

  ହୃଦରୁ ସନ୍ଦେଶ ଦିଏ

ନୂଆ ଅନୁଭୂତି ଦିଏ ଦୁନିଆକୁ

  ଜନଙ୍କ ପ୍ରେରଣା ହୁଏ।


ତପସ୍ବୀ ତପସ୍ୟା ସଫଳ ହୁଅଇ

 ଏକାକୀ ଜୀବନେ ରହି,

ସ୍ଥିର ଭକ୍ତିଭାବ ଏକାକୀ ଜୀବନେ

  ସାର୍ଥକ କରେଟି ଦେହି।


କରୁଥିଲେ ଭକ୍ତି ଏକାକୀ ଜୀବନେ

  ପ୍ରଭୁଙ୍କ ସାନିଧ୍ୟ ପାଇଁ,

ଆତ୍ମା ଡାକୁ ଥାଏ ଏକାକୀ ଜୀବନେ

  ପ୍ରମାତ୍ମ ପ୍ରାପ୍ତିର ପାଇଁ।


ଶାସ୍ତ୍ର ବାଣୀ ଅଟେ ଏକାକୀ ଜୀବନେ

  କରନ୍ତି ତପସ୍ୟା ରହି,

କରନ୍ତି ତପସ୍ୟା ମୁନି ଋଷି ଗଣେ

  ଏକାକୀ ଜୀବନେ ରହି


ପ୍ରଭୁଙ୍କ ସାନିଧ୍ୟ ମିଳେ ହିଁ ତାଙ୍କରେ

  ତାଙ୍କ ତପସ୍ୟାର ବଳୁ,

ଦାନବ ତପସ୍ୟା ଅତି ହିଁ ପ୍ରଖର

  ଏକାକୀ ଜୀବନ ବଳୁ।


ଘର ଓ ଗୃହକୁ ଛାଡିଣ ଜଙ୍ଗଲେ

  ତପସ୍ୟା ପାଇଁ ଗମନ,

ଏକାକୀ ହୋଇଣ ପ୍ରଭୁ ଆରାଧନା

 ତପସ୍ୟାରେ ହିଁ ସେ ମଗ୍ନ।


ମାୟାମହେ ନାହିଁ ଆବଶ୍ୟକ ତାଙ୍କ

  ପ୍ରଭୁ ଭକ୍ତି ସର୍ବୋପରି,

ମନ ପ୍ରଣ ଦେଇ ତପସ୍ୟା ତାଙ୍କର

  ଏକାକୀ ଜୀବନ ଧରି।


ଏକାକୀ ଜୀବନେ ପ୍ରଭୁଙ୍କ ତପସ୍ୟା

  ତପସ୍ୟାର ଫଳ ମିଳେ,

ଜ୍ଞାନୀ ବ୍ୟକ୍ତି ହୋଇ ଜନସମାଜରେ

  ଜ୍ଞାନ ଓ କର୍ମ ବଳେ।


ବଚନ ତାହାର ଗୀତା ଜ୍ଞାନ ପରି

  ଜନଜନେ ଶିକ୍ଷା ଦିଏ, 

ଏକାକୀ ଜୀବନେ ତପସ୍ୟା କରିଣ

 ଜ୍ଞାନ ସମାଜକୁ ଦିଏ।


ସର୍ବେସର୍ବା ଆମ ପ୍ରଭୁ ଜଗନ୍ନାଥ

 ମନୁଷ୍ୟର ମୂଲ୍ୟ ନାହିଁ,

କର୍ମ ଜ୍ଞାନ କଥା କୁହେ ସେ ଅନ୍ୟକୁ

 ବିନା କର୍ମେ ମୂଲ୍ୟ ନାହିଁ।


ଏକାକୀ ଜୀବନେ ଭକ୍ତି ଜଗନ୍ନାଥ

  ସର୍ବୋପରି ଜୀବନରେ,

ସେହୁ କୃଷ୍ଣ ରାମ ପ୍ରଭୁ ଦୀନବନ୍ଧୁ

  ରହୁ ଭକ୍ତି ନିରନ୍ତରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract