STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଭଲକରି ନାଆ ବୁହାରେ ନାଉରୀ

ଭଲକରି ନାଆ ବୁହାରେ ନାଉରୀ

2 mins
361

 ଭଲକରି ନାଆ ବୁହାରେ ନାଉରୀ
    ================
ଭଲ କରି ନାଆ ବୁହାରେ ନାଉରୀ
      ଯିବା ଆମ୍ଭେ ବହୁଦୂର l
ପହଞ୍ଚିବା ଯାଇ ନୀଳ ସିନ୍ଧୁ ତଟେ       
        ଜଗବନ୍ଧୁଙ୍କର ଘର ll
ଉତ୍ତୁଙ୍ଗ ଦେଉଳେ ବହୁଦୂରୁ ତାଙ୍କ
      ନୀଳଚକ୍ର ଦେଖାଯାଏ l
ନୀଳଚକ୍ରେ ନେତ ପତିତପାବନ
      ହାତଠାରି ଡାକୁଥାଏ ll
ପତି ତପାବନ ଦରଶନେ ତାଙ୍କ
      କଳୁଷ ପଳାଏ ଦୂରେ l
ଉଲ୍ଲାସଚିତ୍ତରେ ଭକ୍ତଗାଏ ଧୀରେ
      ଜୟ ଜଗଦୀଶ ହରେ ll
 ଦେଉଳରେ ବିଜେ ପ୍ରଭୁ ଜଗନ୍ନାଥ
         ଜଗତ ପାବନ ହରି l
ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କରୁଛନ୍ତି
     ଭାଇ ଭଗ୍ନୀ ସଙ୍ଗେ ଧରି ll
ବଡ଼ ଭାଇ ତାଙ୍କ ପ୍ରଭୁ ବଳରାମ
      ଭଉଣୀ ସୁଭଦ୍ରା ଦେଇ l
ଛପନ ପୋଉଟି ଭୋଗ ରାନ୍ଧିଥାନ୍ତି
      କମଳିନୀ ମହାମାୟୀ ll
ଚୋଉଦ ବ୍ରହ୍ମାଣ୍ଡ କରତାଙ୍କ ଲୀଳା
        ବିଚିତ୍ର ମହୀ ମଣ୍ଡଳେ l
ରେଣୁ ବୁଡ଼ିଯାଏ ଅଣୁ ମାତ୍ରେ ସିନା
       ଗିରି ଭାସିଥାଇ ଜଳେ ll
ଭାବେ ପଡ଼ିଥାନ୍ତି ବନ୍ଧା ସିନା ସିଏ
       ଭାବେ ପଡ଼ିଥାନ୍ତି ବନ୍ଧା l
ଭାବେ ବାନ୍ଧିଥିଲେ ନନ୍ଦ ନନ୍ଦରାଣୀ
    ଗୋପ ଗୋପଳୁଣି, ରାଧା ll
ଦାସିଆ ନଡ଼ିଆ, ଆହା କି ବଢ଼ିଆ !
       ହାତ ବଢ଼ାଇକି ନେଲେ l
ବନ୍ଧୁ ମହାନ୍ତିକି ବଂଧୁ ବୋଲି ଡାକି     
     ଭୋଗଥାଳି ଟେକିଦେଲେ ll
ଦର୍ଶନେ ତାଙ୍କର ଶୁଣ ବନ୍ଧୁ ମୋର
       କୋଟିଜନ୍ମ ଦୁଃଖ ହରେ l
ରଚିଛନ୍ତି ଲୀଳା ଶୁଣରେ ପାଗଳା
      ଏହି ମର୍ତ୍ତ୍ୟ ବୈକୁଣ୍ଠରେ ll
କି କହିବି ତାଙ୍କ ଲୀଳାରେ ସଙ୍ଗାତ
        କି କହିବି ତାଙ୍କ ଲୀଳା l
ଜୟ ଜଗନ୍ନାଥ, ନୀଳାଚଳ ନାଥ
 ତୀରେ ମୋ ତରୀ ଲାଗିଲା ll
            🙏🙏🙏
               ଅର୍ଜୁନୀ
             -------------
ଅର୍ଜୁନୀ ଚରଣ ବେହେରା
 ମୋ -7693091971


Rate this content
Log in

Similar oriya poem from Inspirational