ଭଲ ରେ ଥିବ.
ଭଲ ରେ ଥିବ.
ଦୂର ପରବତ
ଦୂର ପ୍ରେମିକା
ଦୂରରେ ସୁନ୍ଦର
ପାଖରେ ନୂହେଁ......
ଦୂର ହୁଏ ବୋଲି
ଦେଖି ହୁଏନି
ଦେଖିଲେ ବି ସେ
କଥା ହୁଏନି.....
ଦୂର ରାଇଜର
ରାଜକୁମାରୀ
ରାଜା ପୁଅ ନୂହେଁ
ତୁମରି ପରି....
ଦୂର ଭାଷା ତୁମେ
ଭାରି କଠିନ
କେବେ କେବେ ଆଶ
ଭାଙ୍ଗି ମୋ ମନ....
ସନ୍ଧ୍ୟା ସମୟ ରେ
ଦିଅ ଯେ କଷ୍ଟ
ନୀରବ ରେ ତୁମେ
ମୋ ରକ୍ତ ଶୋଷ...
କାଇଁ ଯେ ଆସୁଛ
ମୋ ମନରେ
ଯାଇଛ ତ ଚାଲି
ନିଜ ବାଟରେ.....
ଭାବନା ମୋର ଯେ
ଭାବୁନି କିଛି
କରିଦେବ ପରା
କାହା କଥା ରେ.....
ମନ ଯେ ଅବୁଝା
ବୋଲ ମାନୁନି
ଯେତେ କହିଲେ ସେ
ଜମା ବୁଝୁନି....
ରାତି ରାତି ମୋର
ବିତି ଯାଉଛି
ମୁଁ ସପନ ଦେଖିବା
ଛାଡ଼ି ଦେଇଛି......
ପ୍ରେମ ବଗିଚାର ଫୁଲ
ଜଳି ଯାଇଛି
ବଗିଚା ରେ ନିଆଁ
ଲାଗି ଯାଇଛି।।
ବ୍ୟସ୍ତ ପ୍ରିୟା ମୋର
ଭଲ ରେ ଥିବ
ଯାହା ପାଖେ ଥିବ
ଭଲ ରେ ଥିବ.....
