STORYMIRROR

Dr.Sashi Bhushan Mohapatra

Abstract

2  

Dr.Sashi Bhushan Mohapatra

Abstract

ଭଲ ପାଏ ବୋଲି

ଭଲ ପାଏ ବୋଲି

1 min
81

ଭଲ ପାଏ ବୋଲି

ଦୁଇ ଧାଡ଼ିର ଚିଠି

ପବନରେ ଉଡେଇଲି

ଲେଖିଦେଇ ତା' ନାଁ |

ମନ କାନଭାସରେ

ପ୍ରେମର ତୁଳିରେ

ଇନ୍ଦ୍ରଧନୁର ରଙ୍ଗଦେଇ

ଆଙ୍କିଦେଲି ତା' ଛବି |

ମାଟିରୁ ଆକାଶ

ଅନାଇ ଅନାଇ

ସୂର୍ଯ୍ୟାସ୍ତର ଲାଲିମାରେ

ତା' ଓଠେ ରଙ୍ଗ ନେସିଦେଲି |


ଫୁଲସବୁ ଫୁଟୁଛନ୍ତି

ମହକ ବିତରୁଛନ୍ତି

ଚଢ଼େଇ ଜଣେ ପରେ ଜଣେ

ତା' ପାଇଁ ଗୀତ ଗାଉଛନ୍ତି |

ଗୋଟିଏ ଗୋଟିଏ ଶବ୍ଦ ନେଇ

କାଗଜ ଉପରେ ଥୋଇ

ମୁଁ ,ଲେଖୁଛି କବିତା

ତାକୁ ପଢି ଶୁଣାଇବା ପାଇଁ |


ପ୍ରେମ ଅଛି

ଭାବ ଅଛି

ବିଶ୍ୱାସ ଅଛି

ସମ୍ଭାବନା ଅଛି

ବ୍ୟଥା ଅଛି

ମୁକ୍ତି ଅଛି

ମୋର ସେ କବିତାରେ |


ଛଳନା,ପ୍ରତାରଣା ପ୍ରବଞ୍ଚନା

ଦୁଃଖ, ଯନ୍ତ୍ରଣା

ଏ ସବୁ କିଛି ନାହିଁ

ମୋ ଜୀବନରେ |

ପ୍ରେମମୟ

ସ୍ନେହମୟ

ଆନନ୍ଦମୟ

ହୋଇଛି ଜୀବନ

ତାକୁ ଭଲ ପାଏ ବୋଲି |


Rate this content
Log in

Similar oriya poem from Abstract