ଭଲ ପାଅ ବୋଲି ଥରେ
ଭଲ ପାଅ ବୋଲି ଥରେ
ସତରେ ନହେଲେ ନାହିଁ
ଭଲ ପାଅ ବୋଲି ଥରେ
ମିଛରେ ତ ଦିଅ କହି
ମୋ ମନ ବୁଝାଇ ଦେବି
ଲୁହ ସବୁ ଯିବି ପିଇ (୧)
କଥାରେ ନହେଲେ ନାହିଁ
ଭଲ ପାଅ ବୋଲି ମତେ
ଚିଠି ଟେ ଦିଅ ପଠାଇ
ଚିଠି ଦେଖି ଭୁଲିଯିବି
ମନକୁ ବୁଝାଇ ଦେଇ (୨)
ସତରେ ନହେଲେ ନାହିଁ
ସପନରେ ଥରେ ଆସି
ଭଲ ପାଅ ବୋଲି ମତେ
ଥର ଟେ ତ ଦିଅ କହି
ଭୁଲି ଯିବି ହସି ଦେଇ (୩)
ସତରେ ନହେଲେ ନାହିଁ
ଭଲ ପାଅ ବୋଲି ମତେ
କବିତାରେ ଦିଅ କହି
ଦୁଃଖ ସବୁ ଭୁଲି ଯିବି
ସେ କବିତା ପଢି ଦେଇ (୪)

