STORYMIRROR

Mr.Siddheswar Behera

Inspirational Children

3  

Mr.Siddheswar Behera

Inspirational Children

ଭଲ ଲାଗେ ତା ମାଟିର ବାସ୍ନା

ଭଲ ଲାଗେ ତା ମାଟିର ବାସ୍ନା

1 min
65

ମୋ ଜନ୍ମ ମାଟି ଏଇ ଦୈତାରୀ ଗାଁ 

ଭଲ ଲାଗେ ମୋତେ ତା ମାଟିର ବାସ୍ନା !!


ଏଠାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ 

ପ୍ରାକୃତିକ ପରିବେଶ ସବୁଜ ବନାନୀ !!


ବନ ଭିତରୁ ଭାସି ଆସୁଥିବା କୋକିଳ ସ୍ଵର 

ଯେବେ କଳା ବଉଦ ଦେଖି ନାଚେ ମୟୂର !!


ପବନରେ ଘୁରିବୁଲୁଥିବା ସରଗି ଫୁଲ 

ପିଲାଦିନର କବାଡି,ଗାଚା,ଟିଲବାଡି ଖେଳ !!  


ଖାଇବା ଛୁଟିରେ ସାଙ୍ଗ ସହ ଜଙ୍ଗଲ ଜିବା

ଗଛରେ ଚଢ଼ି ଅଁଳା,କୁସୁମ,କେନ୍ଦୁ ଖାଇବା !!


ଖରାଦିନେ କାଳବୈଶାଖୀର କରାଳ ରୂପ 

ପବନ ସାଙ୍ଗକୁ କୁଆପଥର ବୃଷ୍ଟିପାତ !!


ବର୍ଷା ଦିନରେ ଅତି ପ୍ରବଳ ବର୍ଷା 

ଶୁଖା ନାଳ ବଢି ଦେଖି ନଦୀର ଈର୍ଷା !!


ଶୀତଦିନର ସେହି ହାଡଭଙ୍ଗା ଶୀତ 

ଶାଳଗଣ୍ଡିର ଧୁନି ଯାହା ଦେହକୁ ହିତ !!


ଜାନୁଆରୀ ଛବିଶ,ବିର୍ସାମୁଣ୍ଡା ମହୋତ୍ସବ 

ଦୁର୍ଗାପୂଜା,କାଳୀପୂଜା, ମକର,ରଜ ଉତ୍ସବ !!


ଜାମୁ, କେନ୍ଦୁ, ଚାରୁ, ଟୋପା, କୁସୁମ

ହରିଡା,ବାହାଡା,ଅଅଁଳା ଔଷଧ ସମ !!


ଝୁଣା, ମହୁ, ଲାଖ ଯେତେ ବନଯାତ ଦ୍ରବ୍ୟ 

ସବୁ ମୋ ଗାଁ ଦୈତାରୀରେ ଉପଲବ୍ଧ !!


ଭାରି ଭଲ ଲାଗେ ଯେବେ ଥାଏ ମୁଁ ସେଇଠି 

ଜିବା ପାଇଁ ନୂଆନୂଆ ବାହାନା ଖୋଜୁଥାଏ ନିଇତି!! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational