Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଭକତଙ୍କୁ ଦିଅ ଠକି

ଭକତଙ୍କୁ ଦିଅ ଠକି

1 min
184


   

  

   କେତେଦିନ ମନା ଦେଉଳ ଦୁଆର

   କୁହ ଆହେ ଚକାଆଖି

   ଧୂପ ଅବକାଶ ନିତି ନୂଆ ବେଶ

   ଭକତ ପାରୁନି ଦେଖି

  କେତଦିନ ଆଉ ରହିବ ଏମିତି

  ଆପଣା ଲୋକଙ୍କୁ ଠକି

   କୁହ ଆହେ ଚକାଆଖି ।


   ବାଇଶି ପାହାଚେ ନାହିଁତ ଗହଳୀ

   ସି°ହଦ୍ବାର ଖାଲିଖାଲି

   ଅରୁଣ ସ୍ତମ୍ଭକୁ ଛୁଇଁ ହେଉନାହିଁ

   ଦୀପ ବି ପାରୁନୁ ଜାଳି

   ଗୁମୁଟ ଭିତରେ ପତିତ ପାବନ

   ଭଲରେ ହେଉନି ଦେଖି

   କାହିଁକି ହେ ଚକା ଆଖି ।


   ଚାପ ଖେଳଦେଖି ପାପ ଧୋଇବାକୁ

   ଅନୁମତି ଦେଲନାହିଁ

   ସ୍ନାହାନ କରିଲ ସ୍ନାହାନ ବେଦୀରେ

   ନଥିଲେ ଭକତ କେହି

   ରଥକୁ ତୁମର ସେବକ ଟାଣିଲେ

   ଦୁନିଆକୁ ଦେଲ ଠକି

   କାହିଁକି ହେ ଚକାଆଖି ।


  ଆଡପ ମଣ୍ଡପ ଭକତଙ୍କୁ ମନା

  ଆଡାମାରି ବସିଥାଅ

  ଏତେ ଶରଧାର ଶରଧାବାଲିକୁ

  ଯିବାକୁ ଲାଗୁଛି ଭୟ

  ଗଲାସନ ପରି ସନ୍ଧ୍ୟା ଦରଶନ 

  କରିପାରିବନି ଆଖି

  ଭକତଙ୍କୁ ଦିଅ ଠକି ।

   

  କାଳ କବଳରୁ ମୁକୁଳିବା ବାଟ

 ଦେଖାଅ ହେ ମହାକାଳ

  କାଳର କୋପରେ କେତେଯେ ଜୀବନ

  ଅକାଳେ ହେଉଛି କାଳ

  ନାଥ ଥାଉଥାଉ ଅନାଥ ଦୁନିଆଁ

  କାଳ ତରାଟୁଛି ଆଖି

  ଦେଖ ଆହେ ଚକାଆଖି ।

  

   


Rate this content
Log in