STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Classics

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Classics

ଭକ୍ତି

ଭକ୍ତି

1 min
305


ହୃଦୟର ଏକ ପବିତ୍ର ଭାବନା

     ସଂପୂର୍ଣ୍ଣ ସମର୍ପଣ ଧ୍ୟାନ ଧାରଣା,

ଈଶ୍ଵରଙ୍କ ଅନୁଗତ ଏ ଚେତନା 

     ସତ୍ କର୍ମ ତାର ଅଟଇ ସାଧନା। 

ପ୍ରତିକର୍ମେ ଭକ୍ତିଭାବ ଉଦାରତା 

     ଭରିଦିଏ ଜୀବନରେ ସାର୍ଥକତା,

ପରସ୍ପରେ ସମ୍ପର୍କର ମଧୁରତା 

     ଭାବର ବନ୍ଧନର ମୌଳିକତା।

ପାର୍ଥିବ ଜଗତର ସୁନ୍ଦର ସୃଷ୍ଟି 

    ପ୍ରଭୁଙ୍କ ଉପହାରର ଯେ ସମଷ୍ଟି, 

ସଂସାରେ ଥିବାଯାଏ ମାନବ ତିଷ୍ଠି 

    ତାଙ୍କରି ଆଶିଷ ହେଉଥାଏ ବୃଷ୍ଟି। 

ଥିଲେ ଥାଉ ଯା'ର ଯେତେ ବି ବିଭବ 

    ଈଶ୍ବରଙ୍କ ବିନା ଲାଗେ ତ ଅଭାବ,

ବଦଳି ଯାଏ ନିଜର କ୍ରୂର ସ୍ବଭାବ 

  ତାଙ୍କୁ ମନେ ପ୍ରାଣେ କଲେ ଅନୁଭବ। 

ପାଦେ ତାଙ୍କର କରି ପୂଜା ଅର୍ଚ୍ଚନା 

   ବିନୟ ଭାବେ କରେ ଯେ ପ୍ରାର୍ଥନା,

ପରିପୂର୍ଣ୍ଣ ହୁଏ ତା' ମନସ୍କାମନା 

   ଦୂର ହୁଅଇ ଦୁଃଖ କ୍ଲେଶ ଯାତନା। 

ଭକ୍ତିରେ ଭଗବାନ ହୁଅନ୍ତି ବନ୍ଧା 

   ବୈକୁଣ୍ଠ ସମାନ ଲାଗେ ଏ ବସୁଧା,

ଘୁଞ୍ଚିଯାଏ ସକଳ ବିପତ୍ତି ବାଧା 

   ଦୂର ହୁଏ ଯେତେ ମାନସିକ କ୍ଷୁଧା।

ଭକ୍ତି ଦିଏ ଶକ୍ତି ସାହସ ପ୍ରେରଣା 

    ମିଳେ ଈଶ୍ଵରଙ୍କ ଅଶେଷ କରୁଣା, 

ଜୀବନ ପଥର ସଠିକ ଠିକଣା 

   ପାଇ ମନେ ଆସଇ ଦୃଢ ଧାରଣା।

ଭକ୍ତିରେ ଭକ୍ତର ହୃଦୟ ତଲ୍ଲୀନ 

    ହୋଇ କରେ ଭଗବତଙ୍କ ଦର୍ଶନ,

ଭକ୍ତି ଚିରନ୍ତନ ସତ୍ୟ ସନାତନ 

 ଧନ୍ୟ କରେ ଭବେ ପ୍ରାଣୀର ଜୀବନ।       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics