ଭକତି ସୁରା
ଭକତି ସୁରା
ଜୀବନ ପାତ୍ରେ ପୁରେଇ ଦେବା
ଭକତିସୁରା ଆମରି ପାଇଁ
ପତାଇ ଦେବା ପାତ୍ର ଟିକୁ
ଆହୁରି ଜନ ଚାଖିବା ପାଇଁ ।
ଭକତି ସୁରା ସରବେ ପିଇ
ଭୁଲିବେ ନିଜ ପ୍ରାଣରେ ଦୁଃଖ
ଯେତେ ଯାହା ବି କୁତ୍ସା ହିଂସା
ଲଭିବ ଚିରନ୍ତନ ସୁଖ ।
ଏ ମନର ମାନସ କୁଞ୍ଜେ
ଝରାଇ ଦେବା ପ୍ରେମ ର ରଶ
ଜଗତ ଜନ ଗାଇବେ ହସି
ଶ୍ରୀ ରାଧା ମଧୁ ପୀରତି ବାସ ।
ଭକତି ଭରେ ଭକତ ଜନେ
ତୋଳିବେ ଧୀରେ ଟେକିଣ ମଥା
ବିଶ୍ୱ ର ଏ ପଟୁଆ ର ରେ ଚାଲିବେ
ହିନ୍ଦୁ ପ୍ରେମ ରେ ଯଥା ।
ଫଲ୍ଗୁ ସମ ଝରାଇ ଦେବା
ଭକତି ଭରା ପ୍ରଣୟ ବାଣୀ
ଖେଳାଇ ଦେବା ପ୍ରାଣ ବୀଣା ରେ
ମିଳନ ଭରା କଥା ତା ଶୁଣି ।
ନିରତ ବସି କଳପି ତଵ
ଗୁଣ ଗାନ କୁ କରିବା ହସି
ସୂର୍ଯ୍ୟ କିରଣେ, ମୃଦୁ ହିଲ୍ଲୋଲେ
ଧରଣୀ ତଳେ ନାଚିବା ରଶି ।
ସ୍ରଷ୍ଟା ର ଏ ସୃଷ୍ଟି କୋଳେ
ଯୁଗାନ୍ତରୀ ନିଜେହିଁ ହରି
ବଞ୍ଚ ରେ ଖାଲି ଯୁଗାନ୍ତ୍ରର
ହୃଦୟ ଭରା ପୀରତି କରି ।