Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Mohapatra

Classics

3  

Chinmayee Mohapatra

Classics

ମୃତ୍ୟୁ

ମୃତ୍ୟୁ

1 min
227



ସୂଚନା ବିହୀନ ପ୍ରବେଶ 

ଶୀତଳ, କାଲୁଆ ପରଶ, 

ଭୟ, ଉଦବେଗ ଓ ନିରାଶ 

ସାଲିସ ବିହୀନ ସର୍ତ୍ତ, 

ମୁହୂର୍ତ୍ତ ମୁହୂର୍ତ୍ତର ଅଶ୍ୱସ୍ତିଭିଡ଼ରେ, 

ବିରହ ବେଦନାରେ ଅସ୍ତବ୍ୟସ୍ତ 

ପ୍ରାଣ, ଶରୀର ଓ ସମସ୍ତ ସତ୍ତା, 

ଅଜଣାର କରାଳ ଛାୟାରେ କବଳିତ l

ଜାଣେନା ମନୁଷ୍ୟ ମାତର, 

ଅସହାୟ, ଦୁର୍ବଳ 

ମୃତ୍ୟୁର ଅକ୍ଟୋପାସରେ, 

ନିର୍ବିବାଦରେ ପାଲଟେ 

ଜଡ଼ ଓ ନିସ୍ପନ୍ଦ, 

କା'ର ପାରିଲାପଣ 

ଅଟକାଇଦେବ !

ମୁକୁଳାଇବ !

ଆପଣାର ଲୋକଟିକୁ !

ଏ ଛନ୍ଦାଛନ୍ଦି ଜାଲରୁ !

ପରାଜୟ.... 

ଖାସ ପରାଜୟ.. 

ତା ବାହୁବନ୍ଧନରୁ 

ମୁକୁଳିବାର ପ୍ରୟାସ l



Rate this content
Log in

Similar oriya poem from Classics