STORYMIRROR

Sudhir Kumar Panda

Abstract

3  

Sudhir Kumar Panda

Abstract

ବହିଥାକ

ବହିଥାକ

1 min
12.2K

ଆସି ଯାଅ ଥକି ବୁଲି ବୁଲି ଯେବେ ଏ ସାରା ଦୁନିଆ ଯାକ

ପଢିବା ଲୋକଙ୍କୁ ଖୁସି ଦେଇ ଥାଏ ଏକା ତାର ବହିଥାକ।

ବହିଟିଏ ଟାଣି ବସିପଡେ ପୁଣି ଲେଖା କିଛି ପଢିବାକୁ

ଉପାଦେୟତାର କଷଟି ପଥରେ ନିଜକୁ ପରଖିବାକୁ।

ନିଜର ପସନ୍ଦ ଆବଶ୍ୟକ ମତେ ସାଇତା ବହିର ଥାକ

ସଂଗ୍ରହକର୍ତ୍ତାର ସ୍ବର୍ଗ ଭଳି ଲାଗେ ଏଇ ତା ଦୁନିଆ ଯାକ।

ଇଚ୍ଛା ମୁତାବକ ବହିଟିଏ ଖୋଲି ପଢି ବସେ ଯେବେ ସିଏ

ବହିର ବିଷୟ ବସ୍ତୁର ଦୁନିଆ ଭିତରକୁ ଚାଲିଯାଏ।

ଭଳିକି ଭଳିକି ବହି ଥାଏ ପାସେ ମନ ମୁତାବକ ପଢା

ସେ ବହିର ସାର ଜୀବନର ସ୍ବର ବହିରୁ ଜୀବନ ଗଢା।

ପଢେନାହିଁ ବହି ପଢେନା ଅକ୍ଷର ଲେଖାର ଭାବରେ ମଜ୍ଜେ

ପଢାରେ ସାଧନା କରଇ ଭାବନା ଉପାଦେୟତାରେ ହଜେ।

ଭଲ ବହି ବାଛି ପଢି ଥାଏ ଯିଏ ଛାପ ତା ଜୀବନ ସରା

ହୁଏ ପ୍ରତିଫଳ ତାହାର ଜୀବନେ ସରଗ କରଇ ଧରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract