STORYMIRROR

Krushna Chandra Lenka

Classics Inspirational Others

4  

Krushna Chandra Lenka

Classics Inspirational Others

ବହିରାଗତ ଶ୍ରମିକ

ବହିରାଗତ ଶ୍ରମିକ

1 min
411

କେତେ କେତେ କ୍ଳେଶ ସହିରେ ଧନ,

ଗଢିଥିଲୁ ତୁହି କେତେ ଭବନ।

ରହିବାରେ ସେଠି ନାହିଁ ତୋ ସ୍ଥାନ

ବାଟେ ଘାଟେ ବିତେ ତୋର ଜୀବନ।


ଗଢିଥିଲୁ ଦିନେ ଯେଉଁ ସହର,

କରିଦେଲା ତତେ ସେ ସାତପର।

ହୋଇଲା କେମନ୍ତ ସେ ସ୍ୱାର୍ଥପର,

ଶୁଣି ଏଇ କଥା ଘୁରଇ ଶିର।


ତୋର ଶ୍ରମ ଦାନେ ଯେ ପୁଞ୍ଜିପତି,

ବୁଝେ ନାହିଁ ସେ ଯେ ତୋହର ଗତି।

ଖଟିଥିଲୁ ସେଠି କେତେ ବରଷ,

ଦେଲା ନାହିଁ ତତେ ତିଳେ ସାହସ।


ଧର୍ମ ନାମେ ଗଢ଼ା ମଠ, ମନ୍ଦିର

ଗୀର୍ଜା, ମସଜିଦ, ଗୁରୁ ଦୁଆର।

ପରବ ଦିନେ ଯେ ଭାରି ଆଦର,

ଘୋର କାଳେ ସେଠି ନାହିଁ ଆହାର।


ବୋଅଲ ବଅମ,ରଥ ଯାତରା

କେତେ କେତେ ଦାନୀ ଖୋଲେ ପସରା।

ମାଗଣା ଆହାର ବାଢ଼ନ୍ତି ସୁଖେ,

ଆଜ କିମ୍ପା ଦେଖା ମିଳେନି ଦୁଃଖେ।


ନିର୍ବାଚନ ବେଳେ ନେତା ପ୍ରବଳ,

ଦ୍ୟନ୍ତି ପ୍ରତିଶ୍ରୁତି ସେ ମାଳ ମାଳ।

ଆଜ ଯହିଁ ଆସେ ଏମନ୍ତ କାଳ,

ଦେଖା ନାହିଁ ତିଳେ ମୁଖ ମଣ୍ଡଳ।


ମାଗଣା ଚାଉଳ ମାଗଣା ଡାଲି,

ତତେ ଦେବା ପାଇଁ ଗଲେ ତ ଭୁଲି।

ତଵ ପାଇଁ ସିନା ଦେଶ ବିକାଶ,

କେ' କରିବ ଆଜ ତାହା ପ୍ରକାଶ?


କାହା ପାଇଁ ଏଠି ମିଳଇ ତାଳି,

କିଏ ବସି ପୁଣି ବଜାଏ ଥାଳି?

ଧରା ଉପବନେ ତୁ ସିନା ମାଳି,

ଜୀବନ ତୋହର ପାଉଚି ଗାଳି।


ଏ ଘୋର କାଳେ ତୋ ନାହିଁ କାତର,

ଗୃହେ ଫେରିବାରେ ହେଲୁ ଆତୁର।

ଖରା, ବରଷାରେ ନଥାଏ ଡର,

ନୟନେ ଦିଶଇ ତୋ' ଘର ଦ୍ୱାର।


ଗୃହେ ଫେରିବାରେ ନେଇ ଶପଥ,

ଦିନ ରାତି ଚାଲୁ ସରେନି ପଥ।

ବିପଦେ ଯାତରା କରୁଚୁ ତୁହି,

ସାହା ହେବା ପାଇଁ କେହି ତ ନାହିଁ?


କରୋନା ଭୀତିଠୁଁ ବଳେ ଯେ ତାତି,

ତାଠୁଁ ବଳେ ଏଠି ଭୋକର ଗତି।

ଦୁଃଖେ ଯାଏ ତୋର ଜୀବନ ବିତି,

ତଥାପି ଚାଲୁ ତୁ ନାହିଁ ବିରତି।


ପାଶେ ନାହିଁ ତୋର ତିଳେ ସମ୍ବଳ,

ବୁନ୍ଦେ ଜଳ ଏଠି ତୋ' ପାଇଁ ବଳ।

ଚାଲିବାରେ ତୋର ନଥାଏ ବଳ,

ତଥାପି କେମନ୍ତ ଚାଲୁ ସଅଳ?


ମଣିଷ ପଣିଆ ଯାଇଛି ହଜି,

ଏ ବିଶ୍ୱ ଭୁବନେ ଜାଣ ଯେ ଆଜି।

ଆହା ବୋଲି ପଦେ କେ' କହେ ନାହିଁ,

ସାହା ଏକା ତତେ ଦଇବ ତହିଁ।


ଭାଳେ ଆଜ ମୋର ଭାରତ ମାତା,

ଲୋତକ ନୟନେ ଘୁରେ ତା' ମଥା।

ଦେଖିବାରେ ଥିଲା ଏମନ୍ତ ବ୍ୟଥା,

କି ଯଶ ଆଣିଚି ଏ ସ୍ୱାଧୀନତ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics