STORYMIRROR

Chinmay Behera

Inspirational

3  

Chinmay Behera

Inspirational

ଭିନ୍ନକ୍ଷମ

ଭିନ୍ନକ୍ଷମ

1 min
229

ଆମରି ହାତରେ ଆମେ ଗଢ଼ିଦେବା

             ନୂଆ ସକାଳର ସପନ

ହସି ହସାଇବା ସାରା ଦୁନିଆକୁ

             ଉଜାଡ଼ି ଦେଇ ଏ ଜୀବନ

            ଆମେ ନୋହୁଁ ଅକ୍ଷମ

             ନୋହୁଁ ଭିନ୍ନକ୍ଷମ....

            ଆମେ ପରା ସବୁ ସକ୍ଷମ ... ।(୦)

ଏଇ ମାଟି ମାଆ ଦେଇଛି ଆମକୁ

             ଭଲ ପାଇବାର ଠିକଣା

ଦୁଃଖରେ ଜୀଇଁବା ଶିଖିଛିରେ ଯିଏ

             ପାଇଛି ତା ସୁଖ ପାଉଣା 

ଆମେ ତୋଳିଦେବୁ ଶତ କୋଣାରକ

              ଆସିଛି ଆଜି ଏ ଲଗନ

              ଆମେ ନୋହୁଁ ଅକ୍ଷମ

               ନୋହୁଁ ଭିନ୍ନକ୍ଷମ...

               ଆମେ ପରା ସବୁ ସକ୍ଷମ... । (୧)

ପାତିଦେବୁ ଛାତି ଏଇ ଦେଶ ପାଇଁ

             ରକତେ ଲେଖିବୁ କାହାଣୀ

ବାଣ୍ଟୁଥିବୁ ସ୍ନେହ, ମମତାର ମୂଲ

             ଆମେ ପରା ଭାଇ ଭଉଣୀ

ଆମେ ହେବୁ ଆଶା, ଭରସାର ସେତୁ

             ଛୁଇଁ ନୂଆ ନୂଆ ସୋପାନ

             ଆମେ ନୋହୁଁ ଅକ୍ଷମ

             ନୋହୁଁ ଭିନ୍ନକ୍ଷମ...

             ଆମେ ପରା ସବୁ ସକ୍ଷମ... । (୨)

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational