STORYMIRROR

Bikesh Sahu

Inspirational Others

0  

Bikesh Sahu

Inspirational Others

ଭିନ୍ନ ଏକ ତାନ୍ତ୍ରିକ

ଭିନ୍ନ ଏକ ତାନ୍ତ୍ରିକ

1 min
492


ନିର୍ଜନ ଶ୍ମଶାନେ ବସି

ତାନ୍ତ୍ରିକ ମୁଁ ଆଜି ତନ୍ତ୍ର ସାଧୁଛି

କବିତାର ମନ୍ତ୍ର ପଢି...।

କେବେ ସମ୍ମୋହନ

କେବେ ଉଚ୍ଚାଟନ

କେବେ ଦିଏ କାଟପାଣି

କବିତାର ମନ୍ତ୍ରେ ମନ୍ତ୍ରିତ କରି

ସମସ୍ତଙ୍କୁ ନିଏ କିଣି....।

କେବେ ଦିଏ ଶାନ୍ତି

କେବେ କରେ କ୍ରାନ୍ତି

ବଢ଼ାଏ ସଭିଙ୍କ ତାତି

ଜଳି ଉଠେ ମୋର ମନ୍ତ୍ର ଶକ୍ତିରେ

ପ୍ରତି ମଣିଷର ଛାତି...।

କେବେ ମୁଁ କନ୍ଦାଏ

କେବେ ମୁଁ ହସାଏ

କେବେ ମୁଁ ଲଗାଏ କଳି

କଲମ କାଉଁରୀ କାଠିରେ ମୋହର

ଆସାଧ୍ୟ ସାଧନ କରି.....।

କ୍ରୁର ଅହଂକାରୀ

ଅନ୍ୟାୟୀ ମଣିଷେ

ମନ୍ତ୍ର ମୋ ପ୍ରୟୋଗ କରି

ମାନସିକତାକୁ ବଦଳେଇ ଦିଏ

ମନ୍ଦ କର୍ମ ଯାଏ ଭୁଲି ....।

ତାନ୍ତ୍ରିକ ମୁଁ ଆଜି ତନ୍ତ୍ର ସାଧୁଛି

ନିର୍ଜନ ଶ୍ମଶାନେ ବସି ...।

@bikeshsahu


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational