Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhu mita

Inspirational

3  

Madhu mita

Inspirational

ଭିନ୍ନ ଏକ ସ୍ୱପ୍ନ

ଭିନ୍ନ ଏକ ସ୍ୱପ୍ନ

1 min
115



ବିଧାତା କରେନା ବିଷମ ବିଚାର…

ନ୍ୟାୟଵନ୍ତ ପରା ପରମ ଈଶ୍ଵର…

ବିଧାତା କରିଛି ଏ କି ଅବିଚାର…

ଅଲଗା ଯେଉଁଠି ଏ ସୃଷ୍ଟି ତାହାର…


ନାରୀ ଗଢ଼ିଅଛି ପୁରୁଷ ଗଢିଛି…

ପକ୍ଷୀ ପଶୁ ମଧ୍ୟ ଯତ୍ନେ ସେ କରିଛି…

ତେବେ କି କାରଣେ ଏମାନଙ୍କୁ ଗଢି…

ଆଖିରୁ ସ୍ୱପ୍ନକୁ ଛଡାଇ ନେଇଛି…


ସମାଜ ବିଭକ୍ତ ହୋଇଛି ଦି ବର୍ଗେ…

ନାରୀ ପୁରୁଷ ମାନଙ୍କର ଗର୍ବେ…

କି ବର୍ଗରେ ଯିବେ ତୃତୀୟ ଲିଙ୍ଗ ଯେ…

ଆଖି ଯେବେ ସରମିଯାଏ ଲାଜେ…


ଏମାନେ ନୁହନ୍ତି ପୁଅ କିମ୍ବା ଝିଅ…

ନାହିଁ ଏମାନଙ୍କ ଗୋଟିଏ ଲିଙ୍ଗ…

ମନ କି ଶରୀର ଭିନ୍ନ ନାହିଁ କିନ୍ତୁ…

ଭିନ୍ନ ଭରି ପାଇଛନ୍ତି ଯେ ଅଙ୍ଗ…


ନୁହଁଇ ଭୁଲ ଏ କାହାରି ସତରେ…

ପ୍ରାୟଶ୍ଚିତ ତେବେ କରନ୍ତି କାହିଁକି…

ନିଜର ଦୁନିଆ କରିଦେଲେ ପର…

କେମିତି ବଞ୍ଚିଁବେ ସ୍ୱପ୍ନ ନେଇକି…


ଦୁଃଖ କିନ୍ତୁ ତାଙ୍କ ମନରେ ନଥାଏ…

ମାତି ରହିଥାନ୍ତି ନାଚ ଗୀତରେ…

ମନର ଆଶିଷ ଦିଅନ୍ତି ଯେ ଖୋଲି…

ପାଇବାକୁ ଆଶା କେବେହେଁ ନକରେ…


ଈଶ୍ୱର ବିଶ୍ୱାସୀ ଏ ତୃତୀୟ ଲିଙ୍ଗୀ…

ସମସ୍ତଙ୍କୁ ସମ ଭାବେ ଦେଖନ୍ତି…

ଛନ୍ଦ କପଟକୁ ମନରେ ନ ରଖି…

ସବୁବେଳେ ଶୁଭ ଆଶିଷ ଦିଅନ୍ତି….


ତଥାପି ସପନ ଦେଖୁଥାଏ ପ୍ରାଣ…

ସ୍ଵପ୍ନ କି ନାରୀ ପୁରୁଷକୁ ଚିହ୍ନେ…

ସ୍ୱପ୍ନେ ଦେଖେ ଯେ ତୃତୀୟ ଲିଙ୍ଗୀଟି…

ସାମିଲ ହେବ ସେ ମୁଖ୍ୟସ୍ରୋତରେ ଦିନେ…




Rate this content
Log in

Similar oriya poem from Inspirational