ଭିଜା ମାଟି
ଭିଜା ମାଟି
ମୁଁ ଭଲ ପାଏ
ମୋ ପ୍ରିୟ ମାଟିକୁ
ପହିଲି ଶ୍ରାବଣ
ପହିଲି ଛୁଁଆରେ
ମହ ମହ ବସୁଥିବା
ମହୁଲି ବାସ୍ନାକୁ ।
ବତୁରି ବତୁରି
ଯାଉଥିବା ମାଟିର
ଗଭୀର ପ୍ରୀତି କୁ
ନବ କିଶଳୟ ଭରା
ଛନ ଛନ କଅଁଳ
ସୁନ୍ଦରୀ ବୃକ୍ଷକୁ ।
ମୁଁ ଭଲ ପାଏ
ମୋ ସ୍ଵର୍ଣଚୂଡ଼
ପାହାଡ ରୁପକୁ
ଶ୍ୟାମ ଅଙ୍ଗରେ
ଭରିଥିବା ଅପୂର୍ବ
ସୁନ୍ଦର ସୁଷମା କୁ ।
ମୁଁ ଭଲ ପାଏ
ମୋ ଶୂନ ନଦୀ କୁ
ଛଳଛଳ କଳକଳ
ଛନ୍ଦମୟୀ ରୁପକୁ ।
