STORYMIRROR

Sadananda Sahoo

Romance Tragedy

3  

Sadananda Sahoo

Romance Tragedy

ଭିଜା ଭିଜା ସ୍ଵପ୍ନ

ଭିଜା ଭିଜା ସ୍ଵପ୍ନ

1 min
408


ପ୍ରେମ ସ୍ଵପ୍ନ ଶୁଭ ଦୁଃ ସ୍ଵପ୍ନ ଅଶୁଭ

ଏକଥା ଚିର ନିଶ୍ଚିତ ,

କବି ସ୍ଵପ୍ନ ଦେଖେ ଦୁଃଖେ ସୁଖେ କେତେ

ଲେଖନୀ ପରଶେ ମାତ୍ର ! !


ଭୂତ ପ୍ରେତ ମିତ ସପନର ସତ

ଏ ଦୁଃ ସ୍ଵପ୍ନ ବିଶେଷାଙ୍କ ,

ସପନ ନିଦରେ ଭାରି ବିକଟାଳେ

ଛବି ହୁଏ ଦୃଶ୍ୟ ୟା ନ ! !


ଭିଜା ଭିଜା ସ୍ଵପ୍ନ ନିଶାର୍ଦ୍ଧ ବିପନ୍ନ 

  କାମନା ସଂଲଗ୍ନ  ଭାବ , 

ଆଶା ଆକାଂକ୍ଷାର ଯୌବନ ବିଭବ 

  ପ୍ରାପ୍ତି ଯୋଗ ଅନୁଭବ  ! ! 


ମିଠା ମିଠା ବାସ୍ନା ଭାବ ଉଦ୍ଦୀପନା 

  ଉଦ୍ଭାସିତ  ପ୍ରେମ ଛବି , 

ନିର୍ଜନ ରାତ୍ରୀର  ପ୍ରେମ ଅଭିସାର 

  ଲେଖନୀରେ ଆଙ୍କେ'କବି ! ! 


ପ୍ରୀତି ପୁଷ୍ପ ଗୁଚ୍ଛ  ପ୍ରେମର ସ୍ମାରକ 

   ସମର୍ପଣେ  ଧର୍ମ କର୍ମ , 

ଭାବ ବନ୍ଧନର  ନିଆରା ସମ୍ପର୍କ 

   ଭେଦକରେ ସଦା ମର୍ମ ! ! 


ସ୍ଵପ୍ନ ଗନ୍ତାଘର  ସ୍ମୃତିର ମନ୍ଦିର 

   ଅପୂଜା    ଠାକୁର ଦିଅଁ, 

ପୂଜା ଅର୍ଘ୍ୟଥାଳି  ହସ୍ତେ ଜପାମାଳି 

   ସପନେ ସ୍ମୃତି  ପଦୁଅଁ  ! !


ପ୍ରେମର ପ୍ରେମିକା ସ୍ମୃତି ଅନାମିକା 

   ସୌନ୍ଦର୍ଯ୍ୟା ସଂହିତା ସୁତା , 

ଗୋପନରେ ଆସେ ନିଶାର୍ଦ୍ଧ ରାତ୍ରୀରେ 

 ବୋଳିବାକୁ  ପ୍ରେମ ଛିଟା ! ! 


କବି ଭାବନାରେ ପ୍ରୀତି ପୁଷ୍ପ ଫୁଟେ 

    ସ୍ଵପ୍ନଆଖି ଖୋଜେସାଥୀ , 

ଏ'ସପନ ନିଆରା ପ୍ରେମର ସାହାରା 

   ଜଳିଉଠେ   ପ୍ରେମବତୀ ! ! 


ଜୀବନ ଯୌବନ ପ୍ରେମର କାରଣ 

   ଭିଜା ସ୍ଵପ୍ନ ଦେଖେ ନେତ୍ର , 

ପ୍ରେମୀଏକା ବୁଝେ ପ୍ରେମ ସୌହାର୍ଦ୍ଧ୍ୟରେ 

    ପ୍ରେମର ମହତ୍ତ୍ଵ ତତ୍ତ୍ଵ ! ! 


ହେ'ପ୍ରେମିକ ପ୍ରେମିକା ସମ୍ପଦ କଣିକା 

   ସମାଜର   ହିତକାଂକ୍ଷୀ ,      

  ପ୍ରେମସ୍ଵପ୍ନ ଦେଖ ରଖତା' ମହତ୍ତ୍ଵ 

   ଭିଜା ଚକ୍ଷୁ ଯିବ ଶୁଖି  ! ! 



Rate this content
Log in

Similar oriya poem from Romance