STORYMIRROR

Debabrata Jena

Inspirational

2  

Debabrata Jena

Inspirational

ବହି

ବହି

1 min
961



ଜୀଵନ ପଥରେ ଆସନ୍ତି ଅନେକ

ସାଥି ଆଉ ସହୋଦର

ଦି-ଦିନ କୁଣିଆ ସାଜନ୍ତି ସଭିଏଁ

ନିଃଶ୍ବାସ ବି ହୁଏ ପର ।।(୧)


ଏମିତି ବିଶ୍ୱସ୍ତ ବନ୍ଧୁଟିଏ ଅଛି

ସଦା ଥାଏ ପାଶେ ପାଶେ

ସମ୍ପଦେ ,ବିପଦେ ସୁଖରେ ଦୁଃଖରେ

ଅଛିଣ୍ଡା ଗଣିତ କଷେ ।।(୨)


ଝଡ଼, ଝଞ୍ଜା ଭରା ବନ୍ଧୁର ଦୁର୍ଗମ

ପଥେ ସେ ଯେ ଆପଣାର

ପ୍ରକୃତ ବନ୍ଧୁ ସେ ଅଟଇ ଜୀବନେ

ସେ ଯେ ଜ୍ଞାନର ଆଗାର ।।(୩)


ପାଇ ତା' ସାନିଧ୍ୟ ଜୀବନ ଅନିନ୍ଦ୍ୟ

ଆଚରଣରେ ସୁଧାର

ବନ୍ଧୁ ସାଥି ସଙ୍ଗେ ପଥ ପ୍ରଦର୍ଶକ

ତିଆରି କରେ ବେଭାର ।।(୪)


ଜୀବନ ଧାରଣ ମାନ ପ୍ରବର୍ତ୍ତନ

ବୌଦ୍ଧିକ ବିକାଶ ବୃଦ୍ଧି

କରିଣ ପଠନ ହୁଅଇ ଗଠନ

ଜୀବନେ ଆଣଇ ସିଦ୍ଧି ।।(୫)


ଦୁଃଖରେ ସାନ୍ତ୍ୱନା ଅବା ଆଶ୍ୱାସନା

ମନେ ବିସ୍ତୀର୍ଣ୍ଣତା ଭରେ

ସ୍ୱାଧ୍ୟାୟେ ତାହାର ଭୋକ ହୁଏ ଦୂର

ଭଗ୍ନ ହୃଦେ ମଧୁ ଝରେ ।।(୬)


ପ୍ରେରଣା ଯୋଗାଏ ଉତ୍ସାହ ବି ଭରେ

ଅଜ୍ଞତାକୁ ଦିଏ କାଟି

ସୌନ୍ଦର୍ଯ୍ୟତା ସଙ୍ଗେ କଳ୍ପନା ସୃଜିଣ

ସରସତା ଦିଏ ବାଣ୍ଟି ।।(୭)


ନୁହଁଇ ସେ ପର ଅତି ଆପଣାର

ନାମଟି ତାହାର ବହି

ଦିଏ ଅଫୁରନ୍ତ ,ଅମାପ,ଆନନ୍ଦ

ବାସ୍ତବତା ଦିଏ କହି ।।(୮)



ଦେବବ୍ରତ ଜେନା

ଶିକ୍ଷକ,ରଣସିଂହପୁର ଆଶ୍ରମ

ଭୋଗରାଇ, ବାଲେଶ୍ଵର

ଚଳଭାଷ :୯୫୮୩୧୩୮୫୩୩


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational