STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ବହି

ବହି

1 min
784

ସ୍ୱତନ୍ତ୍ର ଏକାନ୍ତ ସାଥି ସିଏ 

ପଂକ୍ତି ଅବା ଖଣ୍ଡ ବାକ୍ୟ

ପଢୁଥିଲେ ଜଣାପଡେନି ସମୟ 

ଜମା ଲାଗେ ନାହିଁ ରୁକ୍ଷ 

ରାଗେ ନାହିଁ କେବେ ଋଷେ ନାହିଁ 

ଗୁଣୀ ଜ୍ଞାନୀ କରିଯିବା ଲକ୍ଷ୍ୟ 

ବିରକ୍ତ ହୁଏନା ଚିରିଗଲେ ପୃଷ୍ଠେ 

 ଲୁହରେ ଓଦା କରେନା ବକ୍ଷ 

ଅକୁହା କଥାକୁ ଅଦେଖା ଭାବକୁ ପଢି

ହେବାକୁ ଜ୍ଞାନପିପାସାରେ ସୁଦକ୍ଷ 

ସାହିତ୍ୟର ଅନ୍ୟନାମ ପରା ବହି ଭାଷା 

ଚିହ୍ନିଛନ୍ତି ନିଶ୍ଚୟ ଗୁଣୀ ଯକ୍ଷ 

ଭାଷା ସୁରକ୍ଷାରେ ବହିଟି ସାଥୀ ଓ ସାରଥୀ 

ଅମୃତ ପିୟୁଷ ଧାରେ କରିବାକୁ ସମକକ୍ଷ 

ବହିଠାରୁ ବଳି ବଡ଼ ବନ୍ଧୁ ଦୁନିଆଁରେ କିଏ 

କରିନେବ ନିଜ ପକ୍ଷ 

ମନ ମୁନ ଚୈତନ୍ୟ ସରାଗ ପାଇଁ ଥିଲେ ବହି 

ନଥାଏ ବିଦ୍ବେଷ ଶୋକ ଦୁଃଖ 

ବହିଟିକୁ ସାଥୀ କରି ବଞ୍ଚିଯିବା ହେଳେ 

ସାଥି କରି ଥରେ ଦେଖ 

ବହିଟି ପରା ସ୍ୱର୍ଗ ପାରିଜାତ ସମ ପୃଥିବୀରେ 

ଥରେ ନିରେଖି ଶିଖ 

ଲେଖିଯିବା ଯଦି ବହିଟିଏ କେବେ ଭବିଷ୍ୟତ ପାଇଁ 

ଏବେଠାରୁ ଲେଖି ରଖ 

ନିଶ୍ଚୟ ସୁବାସ ଵିତରିବ ଦିନେ ଦୁନିଆରେ 

ପରଖ କରି ଦେଖି ରଖ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational