STORYMIRROR

Ajita Mishra

Inspirational

2  

Ajita Mishra

Inspirational

ବହି

ବହି

1 min
307

ମନେପଡ଼େ

ଘରଟା ଶୋଇଗଲାପରେ

ଟେବୁଲ୍ ଲ୍ୟାମ୍ଫ୍ ରେ

ପଢୁଥିବା ଉପନ୍ୟାସର ରାତି

ଶ୍ୱାନରଡି଼ ,ରାମନାମ ସତ୍ୟହେ

ଜୀବନ୍ତ ଭୟାନକ କରୁଥିଲା

ଭୂତର କାହାଣୀ କୁ

ହେଲେ ଏକା ନିଃଶ୍ୱାସ ରେ

ହଜମ୍ କରୁଥିଲି

ଫର୍ଦ୍ଦ ପରେ ଫର୍ଦ୍ଦ

ବହିର ପୃଷ୍ଠାକୁ


କେତେବେଳେ

ଅଳସୀକନ୍ୟାର

ମୁଦି ହଜିଯାଏ

ରଜାପୁଅବି ଭୁଲ୍ କରେ

କଥା ଓ କାହାଣୀ

ଅନ୍ତହୁଏ ଏକ

ଭିନ୍ନ ମୋଡ଼ ରେ

ଭୌତିକ ତାତିରେ

ପାହିଯାଏ ରାତି

ବହି ଶ୍ରାଦ୍ଧ ନୁହେଁ

ଶ୍ରଦ୍ଧା ଚାହେଁ

ପାଠୁଆ ନିଶାଖୋର୍

ତାକୁ କୋଳେଇନେଉ

ଡିଜିଟାଲ ଦୁନିଆର

ସେ ହଜି ନଯାଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational