ଭଦ୍ରମୁଖା
ଭଦ୍ରମୁଖା
ଦେଖି ନିଅ ଥରେ,
ଏଇ ମୁଖାପିନ୍ଧା ମଣିଷକୁ,
ଭଦ୍ର ମୁଖା ତଳେ ,
ଲୁଚି ରହିଥିବା ନର ପିଶାଚ ମାନଙ୍କୁ।
ମଣିଷ ପଣିଆକୁ
କବର ଦେଇଥିବା ଦେଶଦ୍ରୋହୀକୁ,
ହେ ଜନତା ଖୋଲି ଦେଖ ଥରେ,
ତମ ନେତାଙ୍କ ପୂଣ୍ୟର ଥାଳ,
ଗଣତନ୍ତ୍ରର ପମ୍ଫାମାଠିଆକୁ,
ଠକ ଠକ କରୁଥିବା
ନେତାମାନଙ୍କ ବ୍ୟାଙ୍କ ବାଲାନ୍ସ।
