Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

4  

Panchanan Jena

Tragedy

ଭଦ୍ଭଟ ଉଦ୍ୟମିତା

ଭଦ୍ଭଟ ଉଦ୍ୟମିତା

1 min
354



ମିଟିଙ୍ଗ୍ ସରିଲା ପରେ

ଆସନ୍ତୁ ଆଜ୍ଞା

ଗୋଟେ ସେଲ୍ଫି ନେବା

ଡାକରେ ଚମକି ପଡିଲି

ପ୍ରକୃତିସ୍ଥ ହେବା ଆଗରୁ

ଧାଇଁଗଲି 

ଫକ୍ତିରେ ଛିଡ଼ାହେଲି ।


ଅଙ୍ଗବସ୍ତ୍ର କୁ ଅଳ୍ପ ଟିକେ ସଜାଡୁ ସଜାଡୁ

ଆଖି ବୁଲେଇ ନେଲି

ଅନ୍ୟ କେତେକ ମୁଣ୍ଡବାଳ ସାଉଁଳୁ ଥିଲେ

ମୋବାଇଲ୍‌ ଆଇନାରେ 

ବିଭିନ୍ନ ଗେଟଆପରେ ହସିନେଲି


ସତେ ଯେମିତି

ଘଞ୍ଚ ନିଘଞ୍ଚ ଗଛ ଘେରା ଭିତରେ

ଉଦିତ ସୂର୍ଯ୍ୟର ବାଳାରୁଣ ସମ 

ମୁଖ୍ ମୟୂଖ ହସ ଫୁଲରେ ଦୋଳି

ଖେଳୁଛି ଅସଲି


କୃତ୍ରିମ ନୀରବତା ଭିତରେ

ନାଟକୀୟ ପ୍ରତିଯୋଗିତା

ସୁନ୍ଦର ଦିଶିବା ପାଇଁ

ଗୋଟେ ମିଛ ପ୍ରହସନ 

ଭଦ୍ଭଟ ଉଦ୍ୟମିତା ।


ସେଲ୍ଫି ପୋଜରେ ପରା

ସମସ୍ତେ ସତେଜ ସୁନ୍ଦର

କିନ୍ତୁ ପରେ ପଛେ କାହିଁ

ଆଲୋଚନା ପର୍ଯ୍ୟାଲୋଚନା କରନ୍ତି

କୁତ୍ସିତ କଦାକାର 

କାଦୁଅ ଫିଙ୍ଗନ୍ତି ବିଷ ବୋଳା ଜହର

କୁତ୍ସାରଟନାରେ ଜଣାପଡ଼େ

ମନ ତଳେ ସାଇତା ବିଷଧର ।


କଥାରେ ଅଛି ପରା

ଯାହା ସବୁ ଚକ୍ ଚକ୍ କରେ

ସୁନା ନୁହେଁ

ଯାହା ସବୁ ଜକ୍ ଜକ୍ ଦିଶେ ସେଲ୍‌ଫିରେ

କହି ପାରିବିନି ନୁହେଁ

ବୁଝି ଯାଇଥିବେ ଆପଣମାନେ 

ହାତ ଯୋଡିଦେଲି ମୁଁହକୁ ମୁହେଁ ।


Rate this content
Log in

Similar oriya poem from Tragedy