STORYMIRROR

Maheswar Kabi

Inspirational Fantasy

2  

Maheswar Kabi

Inspirational Fantasy

ଭବରଙ୍ଗ-୨

ଭବରଙ୍ଗ-୨

7 mins
13.7K


ରଙ୍ଗମଞ୍ଚ ଘର 

ବହୁ କଳାକାର

ଗଢନ୍ତି ସ୍ଵପ୍ନର ଘର

ନିଜ ପରିଚୟ

କରିଦେଇ କ୍ଷୟ

ବଦଳାନ୍ତି ବାରବାର।

ଏ ଭବସାଗର

ସେହିପରି ଦ୍ଵାର

ବଦଳାଏ ଭିନ୍ନ ମୋଡ,

କାହାକୁ ନାୟକ

କାହାକୁ ଚିନ୍ତୁକ

କରିଦେଇପାରେ ଜଡ।

ମାନବ ସମାଜ

ହୋଇଛନ୍ତି ସଜ

ବନିଛନ୍ତି କଳାକାର ,

ନିଜର ଚରିତ୍ର

ହୁଏ ରିପୁ ମିତ୍ର

ବୁଡି ଯାଉଛି ସଂସାର।

ବାସ୍ତବ ମାନବ

ଯା ଠାରେ ସମ୍ଭବ

ଆମରି ଉନ୍ନତି ଖ୍ୟାତି , 

ସେ ଆମରି ମାତା        

ସେ ଜଗତଜିତା               

ଲୋଡା ତା ଆଶିଷ ଶକ୍ତି। 

ମହି ଭବରଙ୍ଗ            

କରଇ ତରଙ୍ଗ               

ଦେଉଥାଏ ସେ ସୁଯୋଗ, 

କରଛଡା ହୁଏ           

କେବେ ଚାଲିଯାଏ               

କେବେ ଆସିଯାଏ ଯୋଗ।   

ମହେଶ୍ବର ବେହେରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational