Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Tragedy Others Children

3  

Prabhati Mahapatra

Tragedy Others Children

ଭବିଷ୍ୟ ଅନ୍ଧକାର

ଭବିଷ୍ୟ ଅନ୍ଧକାର

1 min
205



ଜୀବନ ପ୍ରଣାଳୀ ଗଲାଣି ବଦଳି

କରୋନା ଚକ୍ରାନ୍ତେ ପଡ଼ି

ଚତୃଦିଗ ଭାସେ ଆର୍ତ୍ତ ଚିତ୍କାରରେ

ଦାରୁଣ ଦୁଃଖାର୍ତ୍ତ ରଡ଼ି ।

ରୁଦ୍ଧ ଶ୍ଵାସ ମଧ୍ୟେ ବଞ୍ଚିବା ପାଇଁକି

ମନୁଷ୍ୟ ସଂଘର୍ଷ କରେ

ଅଦୃଶ୍ୟ କରୋନା ଭୂତାଣୁ ପ୍ରକୋପ

ଅଜାଚିତ ଭାବେ ମାରେ ।

କୁସୁମ ସମାନ ଅଜ୍ଞାନ ସନ୍ତାନ

କୁଳର ଭବିଷ୍ୟ ନିଧି

ତୁଳା ସମ ପ୍ରାଣ ସହି କି ପାରିବେ

ନିଷ୍ଠୁର କରୋନା ବ୍ୟାଧି ।

ସୁରକ୍ଷିତ ପାଇଁ ବନ୍ଦ ବିଦ୍ୟାଳୟ

ଗୃହେ ଶିକ୍ଷା କାର୍ଯ୍ୟ କର୍ମ

ବୁଦ୍ଧିଜୀବି ମତେ ଅନଲାଇନରେ

ପୂର୍ଣ୍ଣ ଆଜି ଜ୍ଞାନ ଧର୍ମ ।

ବିଦ୍ୟାଳୟ ଶୁନ୍ୟ ବିଦ୍ୟାର୍ଥୀ ଅଦୃଶ୍ୟ

ପ୍ରାଙ୍ଗଣରେ କ୍ରୀଡା ପ୍ରିୟ

କି ହେବ ଭବିଷ୍ୟ ଉପାୟ ଦିଶେନା

ପ୍ରଭୁ ପାଦେ ରଖ ଲୟ ।



Rate this content
Log in

Similar oriya poem from Tragedy